ଲ’ କଲେଜ ସମ୍ମୁଖରୁ ମିଳିଲା ସ୍ବିଗି ବୟଙ୍କ କ୍ଷତାକ୍ତ ମୃତଦେହ

କଟକ ଅଫିସ, ୧୭।୭: କଟକ ଲ’ କଲେଜ ସମ୍ମୁଖରୁ ଜଣେ ସ୍ବିଗି ବୟଙ୍କ ମୃତଦେହ ଜବତ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଫେଜ-୨ ପୋଲିସ ତାଙ୍କ କ୍ଷତାକ୍ତ ମୃତଦେହ ଜବତ କରିଛି। ମୃତକ ସିଡିଏ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କିଏ ଓ କାହିଁକି  ତାଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।