Categories: ବାଣିଜ୍ୟ

‘ସ୍ବିଗି’ଆଣିଲା ସ୍ବତନ୍ତ୍ର ଅଫର୍‌; ୯୯ ଟଙ୍କାରେ ୩ ମାସ ମାଗଣା ଡେଲିଭରି ସମେତ ଉଠାନ୍ତୁ ଏସବୁ ରିହାତିର ଲାଭ

ନୂଆଦିଲ୍ଲୀ,୧୨।୧୦: ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ‘ସ୍ବିଗି’ ପକ୍ଷରୁ ଏହାର ‘ସ୍ବିଗି ଓ୍ବାନ୍‌ ଲାଇଟ୍‌’ ଲଞ୍ଚ କରାଯାଇଛି। ଏହା କମ୍ପାନୀର ମେମ୍ବରସିପ୍‌ ପ୍ରୋଗ୍ରାମ ‘ସ୍ବିଗି ଓ୍ବାନ୍‌’ର ଏକ କଷ୍ଟ ଇଭେକ୍ଟିଭ୍‌ ଭର୍ସନ ବୋଲି କୁହାଯାଇଛି। ଦେଶର ଏକମାତ୍ର ପ୍ରୋଗ୍ରାମ ଭାବେ ଏହା ଖାଦ୍ୟ, ପିକ୍‌ଅପ୍‌ ଏବଂ ଡ୍ରପ୍‌ ସର୍ଭିସେସ୍‌ ଆଦି ଉପରେ ଗ୍ରାହକଙ୍କୁ ଲାଭ ପ୍ରଦାନ କରିବ ବୋଲି ସ୍ବିଗି ପକ୍ଷରୁ ଦାବି କରାଯାଇଛି। ୩ ମାସର ମେମ୍ବରସିପ୍‌ ଲାଗି ୯୯ ଟଙ୍କା ମୂଲ୍ୟ ରଖାଯାଇଛି। ଏଥିରେ ମାଗଣା ଡେଲିଭରି, ସ୍ବତନ୍ତ୍ର ଅଫର ଏବଂ ରିହାତି ସହ ଅନେକ ପ୍ରକାର ସୁବିଧା ମିଳିବ ବୋଲି କୁହାଯାଇଛି।

ମିଳିବ କି କି ଲାଭ:

-୩ ମାସ ପାଇଁ ସ୍ବିଗି ଓ୍ବାନ୍‌ ଲାଇଟ୍‌ ସବ୍‌ସ୍କ୍ରିପଶନ ନେଲେ ଗ୍ରାହକଙ୍କୁ ୧୪୯ ଟଙ୍କାରୁ ଅଧିକ ମୂଲ୍ୟର ଖାଦ୍ୟ ଅର୍ଡର ଏବଂ ୧୯୯ ଟଙ୍କାରୁ ଅଧିକ ମୂଲ୍ୟର ଇନ୍‌ଷ୍ଟାମାର୍ଟ ଅର୍ଡର ଉପରେ ୧୦ ମାଗଣା ଡେଲିଭରିର ଲାଭ ମିଳିବ

-ଗ୍ରାହକଙ୍କୁ ପ୍ରତିଦିନର ଅଫର ସହ ୨୦ହଜାରରୁ ଅଧିକ ରେଷ୍ଟୁରାଣ୍ଟରୁ ୩୦% ଯାଏ ଅତିରିକ୍ତ ରିହାତିର ସୁବିଧା ମିଳିବ

-୬୦ ଟଙ୍କାରୁ ଅଧିକ ସ୍ବିଗି ଜିନି ଡେଲିଭରିରେ ୧୦% ରିହାତି ମିଳିବ

ପ୍ରକାଶ ଯେ, ପୂର୍ବରୁ ଜୋମାଟୋ ମଧ୍ୟ ମେମ୍ବରସିପ୍‌ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏଥିରେ ଗୋଲ୍ଡ ମେମ୍ବରସିପ୍‌ରେ ୧୯୯ ଟଙ୍କାର ଅର୍ଡର ଉପରେ ୧୦ କିମିରୁ କମ୍‌ ହୋଟେଲରୁ ମାଗଣା ଖାଦ୍ୟ ଡେଲିଭରି ସୁବିଧା ମିଳିଥାଏ।

Share