ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ

କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏହା ସତ୍ତ୍ୱେ ଜିଲା ପ୍ରଶାସନ କିମ୍ବା ଜନସାଧାରଣଙ୍କୁ ସେଥିରୁ କୌଣସି ଶିକ୍ଷା ମିଳିବା ପରି ମନେ ହେଉନାହିଁ। ପ୍ରାୟତଃ ଡଙ୍ଗା ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧୁ ନ ଥିବାବେଳେ ମାଛଧରା ବୋଟ୍‌ରେ ଯାତ୍ରୀ ପରିବହନ ଯୋଗୁ ଜୀବନମରଣର ସମସ୍ୟା ହୋଇଛି। ନିରାପଦ ଯାତ୍ରା ପାଇଁ ବୋଟ୍‌ ରୁଲ୍‌ସ ଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ଅନୁପାଳନ କରାଇବାରେ ପ୍ରଶାସନ ଗୁରୁତ୍ୱ ଦେଉନାହିଁ।

କେନ୍ଦ୍ରାପଡ଼ା, ୧୪ା୯ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ପଦନୀପାଳ, ଏକମାଣିଆ, ସିଂହଗଁା, ବତିଘର ଆଦି ୧୭ ପଞ୍ଚାୟତ ଅଦ୍ୟାବଧି ନଦୀ ଘେରାବନ୍ଦୀରେ ଅଛି। ଏହି ୧୭ ପଞ୍ଚାୟତରେ ୧୨୦ରୁ ଊର୍ଦ୍ଧ୍ୱ ଡଙ୍ଗା ଘାଟ ଥିବାବେଳେ ସରକାରୀ ସ୍ତରରେ ଚିହ୍ନଟ ୬୩ ଘାଟରୁ ଅନବରତ ଡଙ୍ଗା ଚାଲୁଛି। କିନ୍ତୁ ସବୁଠି ବିପଦସଙ୍କୁଳ ଭାବେ ଯାତ୍ରୀ ପରିବହନ କରାଯାଉଛି। ନୌକା ଅଥବା ଦେଶୀ ଡଙ୍ଗା ଯାତାୟାତ ମାଧ୍ୟମ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ୨୦୦୪ର ବୋଟ୍‌ ରୁଲ୍‌ସ କାର୍ଯ୍ୟକାରୀ ହେଉନାହିଁ। ଲାଇଫ୍‌ ଜ୍ୟାକେଟ୍‌ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାଉଛନ୍ତି। ବିଶେଷକରି ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବେଳିଖଟି, ବତିଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଜ୍ଜନକ ଭାବେ ପର୍ଯ୍ୟଟକ ଡଙ୍ଗା, ଭୁଟୁଭୁଟି, ମାଛଧରା ବୋଟ ଆଦିରେ ଯାଉଛନ୍ତି।

ସାମାଜିକ କର୍ମୀ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ବୋଟ୍‌ ରୁଲ୍‌ସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟ୍‌, ଡଙ୍ଗା ଓ ଏହାର ଚାଳକ ବୀମାଭୁକ୍ତ ହୋଇନାହାନ୍ତି। ଏପରିକି ଫିଟନେସ୍‌ ନ ଥିବା ବୋଟ୍‌ରେ ଯାତ୍ରୀ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡ଼ି ହେଲେ ମୃତ ଯାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ ବୋଲି ସ୍ବାଇଁ କହିଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀଙ୍କ କହିବାନୁଯାୟୀ, ଏବେ ୬୦ରୁ ଊର୍ଦ୍ଧ୍ୱ ବୋଟ୍‌ ଫିଟ୍‌ନେସ ନ ଥାଇ ଜାତୀୟ ଉଦ୍ୟାନ ମଧ୍ୟରେ ଚାଲୁଛି। ଏହା ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜନଗର ବ୍ଲକ ଗୁପ୍ତିର ନରେନ୍ଦ୍ର କୁମାର ଦାସ କହିଛନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି। ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଅଞ୍ଚଳରୁ ବୋଟ ଆତଯାତ ହେଉଛି। ଏଥିରେ କେତେଜଣ ନାବାଳକ ଚାଳକ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅର୍ଥ ଲୋଭରେ ଅଧିକ ଯାତ୍ରୀ ଡଙ୍ଗା ଅଥବା ବୋଟ୍‌ରେ ପରିବହନ ହେଉଥିଲେ ମଧ୍ୟ କୌଣସି ସରକାରୀ କଟକଣା ନାହିଁ।

୨୦୨୨ ଜୁନ ୧୬ରେ ରାଜନଗର ବ୍ଲକ ତାଳଚୁଆ ଥାନା ଅଧୀନ ଏକ ମାଛଧରା ଟ୍ରଲର ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ଜୁନ ୧୯ରେ ମହାକାଳପଡ଼ା ବ୍ଲକ ପୀତାପାଟ ନିକଟରେ ଡଙ୍ଗା ଓଲଟି ପଡ଼ିଥିଲା। ଏଥିରେ ଥିବା ୫ ଶ୍ରମିକ କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ। ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡ଼ି ଘଟଣାରେ ଜଗତ୍‌ସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳିଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ୨୦୨୩ ଏପ୍ରିଲ ୨୭ରେ ଆଳି ବ୍ଲକ୍‌ ଏକମାଣିଆା ଘାଟରେ ଡଙ୍ଗାବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଡଙ୍ଗା ବୁଡ଼ିର ଅନ୍ୟ ଏକ କାରଣ ହୋଇଛି। ବାହାକୁଦ ଓ ଖରିନାସୀ ସେତୁ ଅଦ୍ୟାବଧି ନିର୍ମାଣ ଶେଷ ହୋଇନାହିଁ। ସେହିପରି ବର୍ଷାଋତୁରେ ଜିଲାର ଅଧିକାଂଶ ସ୍ଥାନରେ ଡଙ୍ଗା ହିଁ ଯାତାୟାତର ମାଧ୍ୟମ ହୋଇଛି। ପ୍ରତିଦିନ ଡଙ୍ଗାରେ ଅଞ୍ଚଳବାସୀ ଯାତାୟାତ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତଦାରଖ ହେଉ ନ ଥିବା ମହାକାଳପଡ଼ାର ବିଭୂତି ଭୂଷଣ ରାଉତ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଦେଶୀ ଡଙ୍ଗା ଓ ବୋଟ ଚାଳକଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହେଉଛି। ନିୟମ ବହିର୍ଭୂତ କୌଣସି ଡଙ୍ଗା ଅଥବା ବୋଟ୍‌ ନଦୀରେ ଯାତାୟାତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri