ମସ୍କୋ, ୧୭ା୧୨- ଡୋପିଂ ନିୟମ ଭଙ୍ଗ କାରଣରୁ ରୁଷିଆକୁ ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରୁ ବ୍ୟାନ ରୁଲିଂକୁ ସମର୍ଥନ କରିଛି କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର ସ୍ପୋଟର୍ସ (କାସ)। ତେବେ ୪ ବର୍ଷର ବାସନ୍ଦାଦେଶ ସମୟସୀମାକୁ ଅଧା କରି ଦେଇଛି କାସ।
ଏହି ନିଷ୍ପତ୍ତି ଯୋଗୁ ରୁଷିଆନ ଆଥ୍ଲେଟଙ୍କୁ ବିନା ପତାକା ଓ ଜାତୀୟ ସଙ୍ଗୀତରେ ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସ ଏବଂ କାତାରରେ ହେବାକୁ ଥିବା ୨୦୨୨ ଫିଫା ବିଶ୍ୱକପ୍ରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏହାବାଦ୍ ଆସନ୍ତା ଦୁଇବର୍ଷ ମଧ୍ୟରେ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ରୁଷିଆ ଆୟୋଜନ କରିବାର ଅଧିକାର ମଧ୍ୟ ହରାଇଛି। ଆଉ ରୁଷିଆ ସରକାରୀ ଅଫିସିଆଲ ଓ ପ୍ରତିନିଧିମାନେ ମଧ୍ୟ ଅଲିମ୍ପିକ୍ସ ଭଳି ଇଭେଣ୍ଟରେ ସାମିଲ ହୋଇପାରିବେ ନାହିଁ।