ଜୁଲାଇରୁ ସମଲିଙ୍ଗୀ ବିବାହକୁ ମିଳିବ ଅନୁମତି

ଜେନେଭା,୧୮ା୧୧: ଆସନ୍ତା ବର୍ଷ ଜୁଲାଇ ପହିଲାରୁ ସୁଇଜରଲାଣ୍ଡରେ ସମଲିଙ୍ଗୀମାନେ ବିବାହ କରିପାରିବେ। ଏ ନେଇ ସୁଇଜରଲାଣ୍ଡ ସରକାର ବୁଧବାର ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବରରେ ହୋଇଥିବା ଏକ ଜନମତ ସର୍ଭେରେ ସମଲିଙ୍ଗୀ ବିବାହ ସପକ୍ଷରେ ବିପୁଳ ଭୋଟ ମିଳିଥିଲା। ଫେଡେରାଲ କାଉନସିଲ ପକ୍ଷରୁ କୁହାଯାଇଛି, ଆସନ୍ତା ଜାନୁୟାରୀ ୧ରୁ ଦେଶ ବାହାରେ ବିବାହ କରିଥିବା ସମଲିଙ୍ଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କକୁ ମାନ୍ୟତା ଦିଆଯିବ। ଜୁଲାଇ ମଧ୍ୟରେ ସେମାନେ ପଞ୍ଜୀକୃତ ସହଯୋଗୀରୁ ବିବାହିତ ମାନ୍ୟତା ପାଇଁ ଆବଦେନ କରିବେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ଜନସାଧାରଣ ସ୍ବାଗତ କରିଛନ୍ତି। ୩୦ ବର୍ଷର ସଂଗ୍ରାମ ଶେଷ ହୋଇଛି ବୋଲି ‘ବିବାହ ସମସ୍ତଙ୍କ ପାଇଁ’ ଅଭିଯାନର ନେତୃତ୍ୱ ନେଇଥିବା ମାରିଆ ଭୋନ୍‌ କାନେଲ କହିଛନ୍ତି।

Share