ସୁଇଜରଲାଣ୍ଡର ସଂସଦରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ଜେନେଭା, ୧୮।୧୨- ସମଲିଙ୍ଗୀ ଦମ୍ପତିଙ୍କ ବିବାହକୁ ମଞ୍ଜୁରୀ ଦେବା ପାଇଁ ସୁଇଜରଲ୍ୟାଣ୍ଡର ସଂସଦରେ ଶୁକ୍ରବାର ଦିନ ଏକ ବିଲ ପାରିତ ହୋଇଛି। ୟୁରୋପର ଏହି ଦେଶରେ ସମଲିଙ୍ଗୀ ବିବାହ ଆଇନଗତ ନୁହେଁ। ମାତ୍ର ସଂସଦରେ ବିଲ ପାରିତ ହେବା ଦ୍ୱାରା ଅନ୍ୟ ଦେଶରେ ସମଲିଙ୍ଗୀଙ୍କୁ ମିଳୁଥିବା ଅଧିକାର ମଧ୍ୟ ସୁଇଜରଲାଣ୍ଡ ମିଳିବ। ଏହି ଦେଶ ସମଲିଙ୍ଗୀ ଦମ୍ପତିଙ୍କୁ “ପଞ୍ଜୀକୃତ ସହଭାଗୀଦାରିତା”ରେ ରହିବାକୁ ଅନୁମତି ଦେଇଥାଏ। କିନ୍ତୁ ଏହା ବିବାହ ଭଳି ଅଧିକାର ଦିଏନାହିଁ। ନାଗରିକତା ପାଇବା ଏବଂ ମିଳିତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ପ୍ରଦାନ କରେ ନାହିଁ।

ସଂସଦର ଦୁଇ ସଦନରେ ବିଲ ଗୃହିତ ହୋଇଛି। ଏହି ବିଲ ଉପରେ ୨୦୧୩ରୁ ଆଲୋଚନା ଚାଲିଥିଲା। ଏହାର ବିଶେଷତ୍ୱ ହେଲା ସମଲିଙ୍ଗୀ ଏବଂ ଲେସବିୟାନ ମାନଙ୍କୁ ବିବାହ ଓ ଲେସବିଆନମାନଙ୍କୁ ଶୁକ୍ରାଣୁ ଦାନ ପାଇବାକୁ ଅନୁମତି ଦେଇଥାଏ।

Share