Categories: ଖେଳ

ସ୍ବିଟେକ୍‌ ସେମିଫାଇନାଲରେ

ପ୍ୟାରିସ, ୮ା୬: ଗତଥରର ଚାମ୍ପିୟନ ଇଗା ସ୍ବିଟେକ ଫ୍ରେଞ୍ଚ ଓପନ ଟେନିସ ମହିଳା ସିଙ୍ଗଲ୍ସରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ନମ୍ବର ଓ୍ବାନ ମାନ୍ୟତାପ୍ରାପ୍ତ ଏହି ଖେଳାଳି ଆମେରିକାର ସ୍ବଳ୍ପ ବୟସ୍କା କୋକୋ ଗଫ୍‌ଙ୍କୁ ୬-୪, ୬-୨ ରେ ହରାଇ ଦେଇଛନ୍ତି। ତାଙ୍କର ଗତ ୬ଟି ଗ୍ରାଣ୍ଡସ୍ଲାମରେ ଏହା ହେଉଛି ୪ର୍ଥ ସେମିଫାଇନାଲ। ସ୍ବିଟେକ୍‌ ଗତଥର ଫାଇନାଲରେ ମଧ୍ୟ ଗଫ୍‌ଙ୍କୁ ହରାଇ ଦେଇଥିଲେ। ଗଫ୍‌ଙ୍କ ବିପକ୍ଷରେ ଏହାହେଉଛି ତାଙ୍କର କ୍ରମାଗତ ୭ମ ବିଜୟ। ସେମିଫାଇନାଲରେ ସେ ୧୪ତମ ସିଡ୍‌ ତଥା ବ୍ରାଜିଲର ବିଟ୍ରିଜ୍‌ ହଦାଦ ମାଇଆଙ୍କ ସହ ମୁକାବିଲା କରିବେ। ହଦାଦ୍‌ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଟ୍ୟୁନିସିଆର ଓନ୍ସ ଜାବେରଙ୍କ ବିପକ୍ଷରେ ୩-୬, ୭-୬ (୭-୫), ୬-୧ରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେଜାଣ୍ଡର ଜେଭରେଭ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ଅଣ ସିଡ ଆର୍ଜେଣ୍ଟିନାର ଟୋମାସ ମାର୍ଟିନ ଇଚିଭେରିଙ୍କ ବିପକ୍ଷରେ ୬-୪, ୩-୬, ୬-୩, ୬-୪ ସେଟ୍‌ରେ ବିଜୟ ହାସଲ କରିଛନ୍ତି।

Share