କୋଭିସିଲ୍ଡକୁ ମିିଳିଲା ମଞ୍ଜୁରୀ: ଏବେ ଭାରତୀୟ କରିପାରିବେ ୟୁରୋପ ଗସ୍ତ

ବେଲଜିୟମ,୧ ।୭: କରୋନା ମହାମାରୀ ସଙ୍କଟ ଟଳି ଯିବା ପରେ ବିଦେଶ ଯାତ୍ରା କରିବାକୁ ଥିବା ଭାରତୀୟମାନଙ୍କ ପାଇଁ ଆସିଛି ଖୁସି ଖବର । କିଛିଦିନ ହେବ ଭାରତର କୋଭିସିଲ୍ଟ ଭ୍ୟାକ୍ସିନକୁ ୟୁରୋପ ଅନୁମତି ପ୍ରଦାନ କରି ନ ଥିବା ବେଳେ ଏହି ଭ୍ୟାକ୍ସିନ ନେଇଥିବା ଭାରତୀୟମାନେ ୟୁରୋପ ଗସ୍ତ କରି ପାରିବେନି ବୋଲି କୁହାଯାଇଥିଲା । ହେଲ ଏବେ ୟୁରୋପୀୟ ସଂଘର ସାତ ଦେଶ ଓ ସ୍ୱିଜରଲ୍ୟାଣ୍ଡକୁ କୋଭିସିଲ୍ଡ ନେଇଥିବା ଭାରତୀୟମାନେ ଗସ୍ତ କରିପାରିବେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ୟୁରୋପୀୟ ସଂଘ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ସବୁଜ ସଙ୍କେତ ଦେଇଛି । କୁହାଯାଇଥିଲା କି ଯଦି ୟୁରୋପୀୟ ସଂଘ ଏହି କରୋନା ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ୟୁରୋପ ପ୍ରବେଶ ପାଇଁ ଅନୁମତି ପ୍ରଦାନ ନ କରେ ତେବେ ୟୁରୋପରୁ ଭାରତ ଆସୁଥିବା ସେଠାକାର ନାଗରିକଙ୍କୁ କ୍ୱାରାଣ୍ଟାଇନରେ ରଖିବା ବାଧ୍ୟତାମୂଳକ କରିଦେବ । ଏହି ଚେତାବନୀ ପରେ ୟୁରାପୀୟ ସଂଘ କୋଭିସିଲ୍ଡ ଭ୍ୟାକ୍ସିନକୁ ଅନୁମତି ଦେଇଥିବା କୁହାଯାଏ ।

Share