Categories: ଫୁରସତ

ସ୍ବିଜରଲାଣ୍ଡ

ୟୁରୋପୀୟ ଦେଶ ସ୍ବିଜରଲାଣ୍ଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବଦା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଅନେକ ରୋଚକ ତଥ୍ୟ…
ଦେଶର ପ୍ରାୟ ୬୦% ଭୂମି ଆଲ୍‌ପସ୍‌ ପର୍ବତମାଳା ଦ୍ୱାରା ଘେରି ହୋଇ ରହିଛି। ତେଣୁ ଏଠାରେ ଖୁବ୍‌ ସୁନ୍ଦର ସୁନ୍ଦର ପର୍ବତ, ନଦୀ, ହ୍ରଦର ଦୃଶ୍ୟ ଦେଖିବାକୁ ମିଳେ।
ଇନୋଭେଶନ୍‌ ଇଣ୍ଡେକ୍ସ ରିପୋର୍ଟ ମୁତାବକ ୮ ବର୍ଷ ହେବ ପ୍ରତିବର୍ଷ ସ୍ବିଜରଲାଣ୍ଡକୁ ପୃଥିବୀର ସବୁଠୁ ଅଭିନବୀକରଣ ଦେଶର ମାନ୍ୟତା ମିଳିଆସୁଛି।
ଦେଶରେ ବହୁ ସଂଖ୍ୟାରେ ହ୍ରଦ ରହିଥିବା ବେଳେ ଜେନେଭା ହେଉଛି ସବୁଠାରୁ ବଡ଼ ହ୍ରଦ, ଯାହାକି ୫୯୦.୦୩ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।
ଦେଶରେ ଅପରାଧ ସଂଖ୍ୟା ବହୁତ କମ୍‌। ସେଠାରେ ପ୍ରାୟ ସମସ୍ତଙ୍କ ପାଖରେ ବ୍ୟକ୍ତିଗତ ବନ୍ଧୁକ ରହିଛି।
ଏବଂ ଫିନ୍‌ଲାଣ୍ଡ ପରେ ସ୍ବିଜରଲାଣ୍ଡକୁ ଦେଶର ସବୁଠୁ ଖୁସି ଦେଶ ବୋଲି କୁହାଯାଏ।
ସବୁଠୁ ବଡ଼ ନ୍ୟୁକ୍ଲିଅର୍‌ ଶେଲ୍ଟର ସୋନେନବର୍ଗ ଟନେଲ୍‌ ସ୍ବିଜରଲାଣ୍ଡରେ ରହିଛି। ଏହି ସୁଡ଼ଙ୍ଗକୁ ଏପରି ଭାବେ ଡିଜାଇନ୍‌ କରାଯାଇଛି, ଯେଉଁଠାରେ କୌଣସି ବାହ୍ୟ ଶତ୍ରୁ ଆକ୍ରମଣ ଏମିତିକି ପରମାଣୁ ବୋମା ବିସ୍ଫୋରଣ ସମୟରେ ପ୍ରାୟ ୨୦,୦୦୦ ଲୋକ ଆଶ୍ରୟ ନେଇପାରିବେ।
ଦେଶରେ ରବିବାର ଦିନ ବଡ଼ ପାଟି କରିବା, ହାତୁଡ଼ି ବାଡ଼ାଇବା ଭଳି କୌଣସି ଶବ୍ଦ କରୁଥିବା କାମ, ବାହାରେ ଲୁଗା ଶୁଖାଇବା ଭଳି କାର୍ଯ୍ୟ କରିବା ମନା। ଏହିଦିନ ଘର ଭିତରେ ଆରାମରେ ରହି ଖାଇବା, ଶୋଇବା, ବହି ପଢ଼ିବା କିମ୍ବା ପରିବାର ଓ ସାଙ୍ଗସାଥୀ ସହ ମଜା କରିପାରିବେ।
କେବଳ ଦୁଇଟି ଦେଶ ଭାଟିକାନ୍‌ ସିଟି ଏବଂ ସ୍ବିଜରଲାଣ୍ଡର ଜାତୀୟ ପତାକା ବର୍ଗାକାର।
ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାତ୍ର ଏକ ବର୍ଷ। ତେଣୁ ସେଠାରେ ପ୍ରତିବର୍ଷ ସଂଘୀୟ ବିଧାନସଭା ଦ୍ୱାରା ରାଷ୍ଟ୍ରପତି ଚୟନ କରାଯାଇଥାଏ।
ବର୍ନର୍ସ ଲି ୧୯୮୯ରେ ଏହି ଦେଶରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ଆବିଷ୍କାର କରିଥିଲେ।
ଦେଶରେ ପୃଥିବୀର ସବୁଠୁ ଭଲ ସାର୍ବଜନୀନ ପରିବହନ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ଏହି ଦେଶରେ ଗୋଟିଏ ଟିକେଟ୍‌ରେ କାର୍‌, ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରିପାରିବେ।

Share