Categories: ଖେଳ

ମହମ୍ମଦ ଶାମିଙ୍କ ଉପରେ ଝୁଲୁଛି ଖଣ୍ଡା: ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିବା ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଶାମି ସର୍ବାଧିକ ଉଇିକେଟ ନେଇଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଶାମି ଖେଳିବା କଷ୍ଟକର ଲାଗୁଛି। ଆଫ୍ରିକା ଗସ୍ତ ପାଇଁ ଶାମିଙ୍କ ଫିଟନେସ ଏକ ପ୍ରତିବନ୍ଧକ ପରି ମନେହୁଏ।
ନିକଟରେ ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସମସ୍ତ ତିନୋଟି ଫର୍ମାଟ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା, ଯେଉଁଥିରେ ଶାମିଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ବୋର୍ଡ ଦ୍ୱାରା ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ଶାମିଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କ ଉପଲବ୍ଧତା ଫିଟନେସ୍‌ ଉପରେ ନିର୍ଭର କରିବ।
ଶାମିଙ୍କ ଗୋଡରେ କିଛି ଅସୁବିଧା ଅଛି। ୨୬ ଡିସେମ୍ବରରୁ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆ ୨ ମ୍ୟାଚ ଟେଷ୍ଟ ସିରିଜ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପୂର୍ବରୁ ଶାମି ଜାତୀୟ କ୍ରିକେଟ ଏକାଡେମୀ ଫିଟନେସ୍‌ ରିପୋର୍ଟ ଦେବେ। ଏହାପରେ ସେ ଖେଳିବା ନେଇ ଜଣାପଡିବ।

Share