Categories: ଖେଳ

ଶୁବମନ ଗିଲ୍‌ଙ୍କ ଉପରେ ଝୁଲୁଛି ଖଣ୍ଡା: ଦଳରୁ ପଡିପାରନ୍ତି ବାଦ୍‌

କେପଟାଉନ୍‌,୩।୧: ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଶେଷ ୭ଟି ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି। ବିଶେଷକରି ଭାରତ ବାହାରେ ଗିଲ ଟେଷ୍ଟରେ ଆଶା ମୁତାବକ ପ୍ରଦର୍ଶନ କରିନାହାଁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗିଲ ସମ୍ପୂର୍ଣ୍ଣ ଫ୍ଲପ ଦେଖାଯାଉଥିଲେ। ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଗିଲ ପ୍ରଥମ ଇନିଂସରେ ମାତ୍ର ୨ରନ ଏବଂ ଦ୍ୱିତୀୟରେ ୨୬ ରନ ସ୍କୋର କରିପାରନ୍ତି। ଏହି ଖରାପ ଆକଳନ ଗିଲଙ୍କ କ୍ୟାରିଅରକୁ ନଷ୍ଟ କରିପାରେ। ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା ଶରଣଦୀପ ସିଂ ମଧ୍ୟ ଗିଲଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି।
ପୂର୍ବତନ ଭାରତୀୟ ଚୟନକର୍ତ୍ତା ବିଶ୍ୱାସ କରନ୍ତି ଯେ, ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗିଲ ଭଲ ପ୍ରଦର୍ଶନ ନ କରନ୍ତି, ତେବେ ତାଙ୍କ ପାଇଁ ଟିମ ଇଣ୍ଡିଆରେ ରହିବା କଷ୍ଟସାଧ୍ୟ ହେବ। ଶରଣଦୀପ ସିଂ କହିଛନ୍ତି, ଯଦି ଗିଲ ଅନ୍ତିମ ଟେଷ୍ଟରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭାରତର ଏକାଦଶ ଖେଳିବା ତାଙ୍କ ପାଇଁ କଷ୍ଟକର ହେବ।
ଗତ ସାତୋଟି ଟେଷ୍ଟ ଇନିଂସରେ ଶୁବମନ ଗିଲ ମାତ୍ର ୧୦୪ ରନ ସଂଗ୍ରହ କରିଛନ୍ତି, ଏଥିରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ସ୍କୋର କରାଯାଇ ନାହିଁ। ଗତ କିଛି ଟେଷ୍ଟ ପାଇଁ ଗିଲ ଓପନିଂ ସ୍ଥିତିରେ ତିନି ନମ୍ବରରେ ବ୍ୟାଟିଂ କରୁଛନ୍ତି। ଟେଷ୍ଟରେ ଅଧିନାୟକ ରୋହିତ ଶର୍ମା ଓପନିଂ ୟଶସ୍ବୀ ଜୟସ୍ବାଲଙ୍କ ସହ ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗିଲ କ’ଣ କରିପାରିବେ ତାହା ଦେଖିବାକୁ କୌତୁହଳପ୍ରଦ ହେବ।
ଗିଲ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୯ଟି ଟେଷ୍ଟ ଖେଳିଛନ୍ତି, ଏଥିରେ ସେ ହାରାହାରି ୩୧.୦୬ରେ ୩୫ ଇନିଂସରେ ୯୯୪ ରନ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୨ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିରେ ତାଙ୍କର ଉଚ୍ଚ ସ୍କୋର ୧୨୮ ରନ ହୋଇଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ଏକ ଇନିଂସ ଏବଂ ୩୨ ରନରେ ପରାସ୍ତ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Share