କର୍ମଚାରୀଙ୍କ ଉପରେ ଝୁଲୁଛି ଖଣ୍ଡା: ଅଫିସରେ ଲୋପ ପାଇବ ୮ ହଜାର ପଦବୀ, AIର ସହାୟତା ନେବାକୁ ଯାଉଛି ଏହି ବଡ଼ କମ୍ପାନୀ…

ବର୍ଲିନ,୨୪।୧ : ଜର୍ମାନ ସଫ୍ଟୱେର୍‌ କମ୍ପାନୀ SAP SE ଏହାର ବ୍ୟବସାୟ ପଦ୍ଧତିକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। କମ୍ପାନୀ ବର୍ତ୍ତମାନ ଏଥିପାଇଁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ। ଏହା କମ୍ପାନୀର ବ୍ୟବସାୟରେ କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇବ। SAP କମ୍ପାନୀଗୁଡିକୁ ଡିଜିଟାଲ ବ୍ୟବସାୟ ଭିତ୍ତିଭୂମି ଯୋଗାଥାଏ। କମ୍ପାନୀ ବର୍ତ୍ତମାନ ଏକ ବଡ଼ ଆକାରରେ ଏଆଇ ଗ୍ରହଣ କରିବାକୁ ଯାଉଛି। ଫଳରେ କର୍ମଚାରୀଙ୍କ ଉପରେ ଖଣ୍ଡା ଝୁଲିବାରେ ଲାଗିଛି। ବହୁ କର୍ମଚାରୀ ଏହା ଦ୍ୱାରା ଚାକିରୀ ହରାଇବାର ଆଶଙ୍କା ଦେଖାଦେଇଛି।

କମ୍ପାନୀ SAP SE ୨ ବିଲିୟନ ୟୁରୋ ନିବେଶ ଯୋଜନା ଉନ୍ମୋଚନ କରିଛି। ଏହା ଦ୍ୱାରା କମ୍ପାନୀର ୮ହଜାର ପଦବୀ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ଏସବୁ ପଦବୀ ଗୁଡିକର ଦରମା ପରିମାଣ ହେଉଛି ୨.୧୭ ବିଲିୟନ ଆମେରିକୀୟ ଡଲାର । କମ୍ପାନୀ ଏଆଇ ଚାଳିତ ବ୍ୟବସାୟ କ୍ଷେତ୍ରରେ ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି।

କମ୍ପାନୀ ଆଶା କରୁଛି ଜେନେରିକ ଏଆଇ ଏହାର ବ୍ୟବସାୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବ। କମ୍ପାନୀର ୱେବସାଇଟ ଅନୁଯାୟୀ SAP ରେ ୧,୦୫ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି।

କମ୍ପାନୀ ପୃଥକ ଭାବରେ ୨୦୨୪ କ୍ଲାଉଡ ରାଜସ୍ବ ୧୭ ବିଲିୟନ ୟୁରୋରୁ ୧୭.୩ ବିଲିୟନ ୟୁରୋକୁ ପୂର୍ବାନୁମାନ କରିଛି ଏବଂ ଏହାର ୨୦୨୫ ଦୃଷ୍ଟିକୋଣକୁ ଅପଡେଟ କରି ପ୍ରାୟ ୧୬.୨ ବିଲିୟନ ୟୁରୋ ସ୍ଥିର ହୋଇଛି।

ଗତ କିଛି ବର୍ଷ ମଧ୍ୟରେ ଏହି କମ୍ପାନୀ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଗ୍ରାହକଙ୍କ ସମସ୍ୟାର ସମାଧାନ କରିଥାଏ। ଏଥିପାଇଁ ଏହା ଏଆଇରେ ବ୍ୟାପକ ବିନିଯୋଗ କରୁଛି। ଏହା କୁହାଯାଉଛି ଏହା କାର୍ଯ୍ୟ କରିବାର ରାସ୍ତାକୁ ଅଧିକ ସହଜ କରିବ। ଏହା ମଧ୍ୟ ଲୋକଙ୍କୁ ଭୁଲରୁ ରକ୍ଷା କରିବ। ଏହାର ବହୁତ ଲାଭ ଏବଂ କର୍ମଚାରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ରହିବ।

Share