Categories: ଖେଳ

ମାତ୍ର ୧୫ ରନ୍‌ରେ ଅଲ୍‌ଆଉଟ୍‌

ସିଡନୀ,୧୬।୧୨: ଟି୨୦ କ୍ରିକେଟ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ। ମାତ୍ର ୧୫ ରନ୍‌ରେ ଆଉଟ୍‌ ହେଲା ଟିମ୍‌। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ ଟୁର୍ନାମେଣ୍ଟ(ବିଗ୍‌ ବ୍ୟାସ ଲିଗ୍‌)ରେ ଏଭଳି ସ୍କୋର ଦେଖିବାକୁ ମିଳିଛି।

ଆଡିଲେଡ୍‌ ଷ୍ଟ୍ରାଇକର୍ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ସର୍ବନିମ୍ନ ସ୍କୋରର ରେକର୍ଡ ହୋଇଛି। ଆଡିଲେଡ୍‌ ଷ୍ଟାଇକର୍ସ ବୋଲର୍‌ମାନେ ସିଡନୀ ଟିମ୍‌ର ବ୍ୟାଟ୍ସମ୍ୟାନଙ୍କୁ ମାତ୍ର ୧୫ ରନ୍‌ରେ ଆଉଟ୍‌ କରିଦେଇଥିଲେ। ବୋଲର୍‌ ହେନେରୀ ଥର୍ନଟନ୍‌ ମ୍ୟାଚ୍‌ର ହିରୋ ପାଲଟିଥିଲେ।

ବିବିଏଲ୍‌ର ୫ମ ମ୍ୟାଚ୍‌ରେ ଆଡିଲେଡ୍‌ ଟିମ୍‌ ସିଡନୀ ଟିମ୍‌କୁ ଭେଟିଥିଲା। ମ୍ୟାଚ୍‌ରେ ଆଡିଲେଡ୍‌ ଟିମ୍‌ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୩୯ ରନ୍‌ କରିଥିଲା । ଜବାବରେ ସିଡନୀ ଟିମ୍‌ ମାତ୍ର ୫.୫ ଓଭରରେ ୧୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ହେନେରୀ ୩ ରନ୍‌ ଦେଇ ୫ ଉଇକେଟ ନେଇଥିଲେ।

Share