ଅହମ୍ମଦାବାଦ,୨୪।୧: ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ନକ୍ଆଉଟ୍ ପର୍ଯ୍ୟାୟର ୮ ଦଳର କୋଭିଡ୍ ରିପୋର୍ଟ ଆସିଛି। ନେଗେଟିଭ୍ ଆସିଛି ସବୁ ଦଳର ଖେଳାଳିମାନଙ୍କ ରିପୋର୍ଟ। ଏବେ ସବୁ ଖେଳାଳି ଅହମ୍ମଦାବାଦରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ଜାନୁୟାରୀ ୨୬ରୁ ୩୧ ତାରିଖ ମଧ୍ୟରେ ଟୁର୍ନାମେଣ୍ଟର ନକ୍ଆଉଟ୍ ମ୍ୟାଚ୍ ସବୁ ଖେଳାଯିବ। ପୂର୍ବରୁ ଟୁର୍ନାମେଣ୍ଟର ଲିଗ୍ ମ୍ୟାଚ୍ଗୁଡିକ ଜାନୁୟାରୀ ୧୦ରୁ ୧୯ ତାରିଖ ମଧ୍ୟରେ ଖେଳାଯାଇଥିଲା। ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ନକ୍ଆଉଟ ମ୍ୟାଚ୍ ଖେଳିବାକୁ ଗତ ୨୦ ତାରିଖରେ କର୍ନାଟକ, ପଞ୍ଜାବ, ତାମିଲନାଡୁ, ହିମାଚଳ ପ୍ରଦେଶ, ହରିୟାଣା, ବରୋଦା, ବିହାର ଓ ରାଜସ୍ତାନ ଦଳଗୁଡିକ ଅହମ୍ମଦାବାଦରେ ପହଞ୍ଚିଛନ୍ତି।
ସବୁ ଦଳରେ ଖେଳାଳିମାନେ ଅହମ୍ମଦାବାଦରେ ପହଞ୍ଚିବା ପରେ ଗୁଜରାଟ କ୍ରିକେଟ ଅସୋସିଏଶନ (ଜିସିଏ) ଓ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଭିଡ୍ ଟେଷ୍ଟ କରାଇଥିଲା। ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ମୋଟେରା ଷ୍ଟାଡିୟମ ଅଧିକାରୀ ଓ ଗ୍ରାଉଣ୍ଡଷ୍ଟାଫ୍ଙ୍କ ସମେତ ସବୁ ଖେଳାଳି କ୍ୱରାଣ୍ଟାଇନ୍ରେ ରହିଛନ୍ତି ବୋଲି ଜିସିଏ ତରଫରୁ କୁହାଯାଇଛି।