Categories: ଖେଳ

ପ୍ରଥମ ଖେଳାଳି ଭାବେ ଟି୨୦ ଇତିହାସରେ ବିରଳ ରେକର୍ଡ ହାତେଇଲେ ଭାରତୀୟ ସ୍ପିନର

ନୂଆଦିଲ୍ଲୀ,୧୦।୧୧: ବିଦର୍ଭ ସ୍ପିନର ଅକ୍ଷୟ କାର୍ନଓ୍ବୋର ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ମଙ୍ଗଳବାର ମଣିପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କାର୍ନଓ୍ବୋର ୪ ଓଭର ବୋଲିଂ କରି ୨ ଉଇକେଟ ନେଇଥିଲେ। ବଡ଼ କଥା ହେଲା, ତାଙ୍କ କୋଟାରେ ସେ କୌଣସି ରନ୍‌ ଦେଇ ନ ଥିଲେ। ବିଶ୍ୱ ଟି୨୦ କ୍ରିକେଟରେ ପ୍ରଥମ ଥର ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ୨୯ ବର୍ଷୀୟ ସ୍ପିନର ପ୍ରତ୍ୟେକ ଓଭର ମେଡେନ ପକାଇଥିଲେ।

ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ ୨୨୩ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ମଣିପୁର ୧୬.୩ ଓଭରରେ ୫୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏଥିପୂର୍ବରୁ ସୋମବାର ଖେଳାଯାଇଥିବା ସିକିମ ବିପକ୍ଷ ମ୍ୟାଚ୍‌ରେ କାର୍ନଓ୍ବୋର ହ୍ୟାଟ୍ରିକ ଉଇକେଟ ନେଇଥିଲେ। ସେହି ମ୍ୟାଚ୍‌ରେ ସେ ୪ ଓଭରରେ ମାତ୍ର ୫ ରନ୍‌ ବ୍ୟୟ କରି ହାତେଇଥିଲେ ୪ ଉଇକେଟ।

Share