ଭାରତୀୟଙ୍କ ସହ ଦୀପାବଳି ପାଳିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପାର୍ଲାମେଣ୍ଟ ହିଲ୍‌ରେ ଉଡିଲା ଓମ୍‌ ଥିବା ପତାକା

ଅଟାଓ୍ବା, ୯।୧୧: ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପରିସ୍ଥିତି ସୁଧାର ଆସିନାହିଁ। କିନ୍ତୁ କାନାଡାରେ ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଟାଓ୍ବାର ପାର୍ଲାମେଣ୍ଟ ହିଲ୍‌ରେ ପ୍ରବାସୀ ଭାରତୀୟଙ୍କ ସହ ଦୀପ ଜାଳି ଦୀପାବଳି ପାଳନ କରିଛନ୍ତି।

ଟ୍ରୁଡୋ ନିଜ ଇନଷ୍ଟ୍ରାଗ୍ରାମ ପେଜରେ ଏସମ୍ପର୍କିତ ଫଟୋ ଶେୟାର କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ଆଉ କିଛି ଦିନ ପରେ ବିଶ୍ୱବାସୀ ଦୀପାବଳୀ ଓ ବନ୍ଦୀ ମୁକ୍ତ ଦିବସ ପାଳନ କରିବାକୁ ଯାଉଛନ୍ତି। ଏହି ଦିନ ଅନ୍ଧାର ଉପରେ ଆଲୋକର ବିଜୟ ହୋଇଥାଏ। ପାର୍ଲାମେଣ୍ଟ ହିଲ୍‌ରେ ଏହି କାର୍ଯ୍ୟକ୍ରମ ପାଳନ କରି ଆମେ ସମସ୍ତଙ୍କୁ ଦିଓ୍ବାଲିର ଶୁଭେଚ୍ଛା ଜଣାଉଛୁ।

ଫଟୋରେ ଦେଖାଯାଇଛି କି, ପାର୍ଲାମେଣ୍ଟ ହିଲ୍‌ରେ ହିନ୍ଦୁ ଧର୍ମର ପବିତ୍ର ପ୍ରତୀକ ଓମ୍‌ ଥିବା ପତାକା ଲଗାଯାଇଛି। ଏହି ଆୟୋଜନରେ ୬୭ହିନ୍ଦୁ ଓ ଇଣ୍ଡୋ-କାନାଡୀୟ ସମର୍ଥକ ଯୋଗ ଦେଇଥିଲେ।

Share