Categories: ବାଣିଜ୍ୟ

ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ ରେଞ୍ଜ

ନୂଆଦିଲ୍ଲୀ,୧୭।୮: ସିମ୍ଫୋନି ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୁଲର ଏବଂ ଓ୍ବାଟର ଗିଜର ରେଞ୍ଜର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। କମ୍ପାନୀର ୨ଦିନିଆ ଚେୟାରମ୍ୟାନ୍ସ କ୍ଲବ୍‌ ୨୦୨୩-୨୪ କାର୍ଯ୍ୟକ୍ରମ ଗୋଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ନୂତନ ଉତ୍ପାଦ ରେଞ୍ଜକୁ ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ର ଗିଜର ପୋର୍ଟଫୋଲିଅରେ ସ୍ପା, ସଉନା ଏବଂ ସୋଲ ଭଳି ୩ଟି ମଡେଲକୁ କମ୍ପାନୀ ଅନାବରଣ ସହ ବଜାର ପ୍ରବେଶ କରାଇଛି। ସେହିଭଳି ବ୍ରାଣ୍ଡ୍‌ର କୁଲର ପୋର୍ଟଫୋଲିଓରେ ୧୭ଟି ନୂତନ ମଡେଲକୁ କମ୍ପାନୀ ଉନ୍ମୋଚନ ସହ ବଜାର କରାଇଛି।
ଏ ସମ୍ପର୍କରେ ସିମ୍ଫୋନି ଲିମିଟେଡ୍‌ର ଚେୟାରମ୍ୟାନ (ଅଧ୍ୟକ୍ଷ) ଅଚଳ ବାକେରୀ କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ରେଞ୍ଜକୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ବ୍ରାଣ୍ଡ୍‌ ପୋର୍ଟଫୋଲିଓରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ। କାରଣ ପ୍ରଥମ ଥର ପାଇଁ କମ୍ପାନୀ ଅତ୍ୟାଧୁନିକ ଗିଜର ରେଞ୍ଜ ସହ ୧୭ଟି କୁଲର ମଡେଲକୁ ମଧ୍ୟ ଅନାବରଣ କରୁଛୁ।

Share