କରୋନା ଆକ୍ରାନ୍ତଙ୍କଠାରେ ୨ ବର୍ଷ ପର୍ଯ୍ୟନ୍ତ ଦେଖାଯିବ ଲକ୍ଷଣ, ପ୍ରକାଶ ପାଇଲା ରିପୋର୍ଟ …

ବେଜିଂ, ୧୨।୫ : କରୋନା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅତିକମରେ ଅର୍ଦ୍ଧେକ ଆକ୍ରାନ୍ତଙ୍କଠାରେ ଦୁଇ ବର୍ଷ ପରେ ମଧ୍ୟ ଗୋଟିଏ କିମ୍ବା ଅଧିକ ଲକ୍ଷଣ ପ୍ରକାଶିତ ହେବାର ଆଶଙ୍କା ରହିଛି। ମଙ୍ଗଳବାର ଦ ଲାନସେଟ ରେସପୋରେଟାରୀ ମେଡ଼ିସିନ୍‌ରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ପ୍ରକାଶିତ ହୋଇଛି।

୨୦୧୯ର ଶେଷ ଭାଗରେ ଚାଇନାରେ କରୋନାର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା, ଯାହା ପରେ ଏହା ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଥିଲା। ବର୍ତ୍ତମାନ ଚାଇନାର ରୋଗୀଙ୍କ ଉପରେ ଆଧାର କରି ଏହି ଅଧ୍ୟୟନରେ ଏହି ତଥ୍ୟ ସମ୍ବଳିତ ପ୍ରମାଣ ସଂଗ୍ରହ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ସୁସ୍ଥ ହେବା ପରେ ମଧ୍ୟ ଆକ୍ରାନ୍ତଙ୍କଠାରେ ଲକ୍ଷଣଗୁଡ଼ିକ ଦୀର୍ଘଦିନ ଧରି ଦେଖିବାକୁ ମିଳିଥାଏ।

ଚାଇନାର ଜାପାନ ଫ୍ରେଣ୍ଡସିପ ହସ୍ପିଟାଲର ପ୍ରଫେସର ବିନ କାଓ ଏବଂ ଅଧ୍ୟୟନର ମୁଖ୍ୟ ଗବେଷକ ଏକ ବିବୃତ୍ତିରେ କହିଛନ୍ତି ଯେ ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମଧ୍ୟ ଏଥିପାଇଁ ଦୁଇ ବର୍ଷରୁ ଅଧିକ ସମୟ ଆବଶ୍ୟକ।

ସ୍ଥାୟୀ ଲକ୍ଷଣଗୁଡ଼ିକ ମଧ୍ୟରେ ଥକାପଣ, ନିଶ୍ୱାସ ପ୍ରଶ୍ୱାସ ଏବଂ ଶୋଇବାରେ ଅସୁବିଧା ଆଦି ହୋଇଥାଏ। ଡାକ୍ତରଖାନାରେ ଭର୍ତ୍ତି ହୋଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଦୀର୍ଘକାଳୀନ ସ୍ବାସ୍ଥ୍ୟ ଫଳାଫଳକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶିତ ହୋଇଛି। ୧,୧୯୨ ଆକ୍ରାନ୍ତଙ୍କ ଉପରେ ଅନୁଧ୍ୟାନ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share