ଆଙ୍କରା,୧୫।୩: ତୁର୍କୀ ପ୍ରଶାସନ ନିୟନ୍ତ୍ରଣରେ ଥିବା ଉତ୍ତର ସିରିଆରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସିରିଆ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି। ଏନେଇ ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ସିରିଆ ଜାଣିଶୁଣି ଜନବସତିଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ତୁର୍କୀ ଅଭିଯୋଗ କରିଛି। ଏଲିପୋସ୍ଥିତ ଏୟାରବେସ୍ରୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ତୁର୍କୀ କହିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଭିଡ଼ିଓ ମଧ୍ୟ ଟୁଇଟରରେ ଅପଲୋଡ୍ କରାଯାଇଛି। ଭିଡ଼ିଓରେ ଲୋକେ ଭୟରେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଉଥିବାରୁ ଦୃଶ୍ୟ ରହିଛି। ୨୦୧୧ଠାରୁ ତୁର୍କୀ ଏବଂ ସିରିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଇତିମଧ୍ୟରେ ୩ ଲକ୍ଷ ୮୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ବହୁ ଲୋକ ନିଜର ଭିଟାମାଟିରୁ ବିସ୍ତାପିତ ହୋଇ ବିଦେଶ ଅବା ଅନ୍ୟ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି।