ଜଳହସ୍ତୀ ଦେହରେ ଲାଗିଛି ସିରିଞ୍ଜ

ବାରଙ୍ଗ,୨୩।୫(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ୱହୀନତା ଯୋଗୁ ୬୩ ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ୪ବର୍ଷର ଏହି ଜଳହସ୍ତୀଟି ଅସୁସ୍ଥ ଥିବା କର୍ମଚାରୀମାନେ ଦେଖିଥିଲେ। ଖବରପାଇ ରବିବାର ସକାଳେ ତା’ର ଚିକିତ୍ସା ପାଇଁ ଦୁଇଜଣ ପ୍ରାଣୀ ଚିକିତ୍ସକ ଆସିଥିଲେ। ଜଳହସ୍ତୀଟିକୁ ଏନକ୍ଲୋଜର ଭିତରେ ଥିବା ଘର ଭିତରେ ପୂରାଇ ଟ୍ରାଙ୍କୁଲାଇଜର ଜରିଆରେ ଟିକା ଦେଇଥିଲା। ହେଲେ ଅସୁସ୍ଥ ମାଈ ଜଳହସ୍ତୀ ଦେହରେ ସିରିଞ୍ଜ ଲାଗିରହିଥିଲେ ମଧ୍ୟ ତାକୁ ବାହାର କରି ଚିକିତ୍ସକମାନେ ଫେରିଯାଇଥିଲେ। ଜଳହସ୍ତୀଟିର ଶରୀରରେ ଉକ୍ତ ସିରିଞ୍ଜଟି ଲାଗିରହିଥିବାର ପର୍ଯ୍ୟଟକମାନେ ଦେଖି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ। ପରେ ଏହି ଖବର ପାଇବା ପରେ ବିଳମ୍ଭରେ ଚିକିତ୍ସକମାନେ ଆସି ସିରିଞ୍ଜକୁ କାଢିଥିବାର ଜଣାପଡିଛି।

Share