Categories: ଫୁରସତ

ପ୍ରାଚୀନ ଗୁମ୍ଫାରୁ ତନ୍ତ୍ରଭିତ୍ତିକ ସାମଗ୍ରୀ

ଜେରୁଜେଲମ: ଏହି ରହସ୍ୟମୟୀ ଦୁନିଆରେ କେଉଁଠାରେ କ’ଣ କ’ଣ ଅଛି ତାହା କଳ୍ପନା କରିବା କଷ୍ଟକର। ଅନେକ ସମୟରେ ଏପରି କିଛି ଜିନିଷ ଆମ ଆଖିଆଗକୁ ଆସେ, ଯାହା ଆଶ୍ଚର୍ଯ୍ୟ ଲାଗେ। ଏପରି କିଛି ଜିନିଷ ଇସ୍ରାଏଲର ଜେରୁଜେଲମରେ ଦେଖିବାକୁ ମିଳିଛି। ଏଠାରେ ହଜାରେ ବର୍ଷ ପୁରୁଣା ଏକ ଗୁମ୍ଫା ମିଳିଛି। ଏହା ଭିତରକୁ ଯେତେବେଳେ ବୈଜ୍ଞାନିକମାନେ ଗଲେ ସେଠାରେ ସେମାନେ ଅନେକ ଦୀପ, ଖପୁରି, ଅସ୍ତ୍ରଶସ୍ତ୍ର, ମୁଦ୍ରା ଏବଂ ବିଭିନ୍ନ କଳାକୃତି ଦେଖିବାକୁ ପାଇଥିଲେ। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ହାୱାର୍ଡ ଥିଓଲେଡିକାଲ ରିଭ୍ୟୁର ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଏଠାରେ ଏପରି କିଛି ଜିନିଷର ପ୍ରମାଣ ମିଳିଛି, ଯାହା ରୋମାନ ଯୁଗରେ ହେଉଥିବା ମୃତ୍ୟୁ ଯାଦୁର ପ୍ରାଚୀନ ପ୍ରଥାର ନମୁନା ମିଳିଛି। ଜେରୁଜେଲମର ୩୦ କି.ମି. ପଶ୍ଚିମରେ ଏକ ଟିଓମିମ୍‌ ନାମକ ଗୁମ୍ଫା ରହିଛି, ୧୮୭୩ରୁ ଏହାର ଅଧ୍ୟୟନ କରାଯାଉଛି। ଏଠାରେ ବୋହୁଥିବା ପାଣିରେ ଲୋକଙ୍କ ଚିକିତ୍ସା କରାଯାଉଥିବା ଅନୁସନ୍ଧାନକାରୀମାନେ ସନ୍ଦେହ କରୁଥିଲେ। ଲୋକମାନେ ୪୦୦୦ ବିସି ଏବଂ ୪ର୍ଥ ଶତାବ୍ଦୀରେ ଏଠାରେ ରହୁଥିଲେ। ଏହି ଗୁମ୍ଫାର ବ୍ୟବହାର ମରିଯାଇଥିବା ଲୋକଙ୍କ ସହ କଥା ହେବାକୁ ପ୍ରୟାସ କରାଯାଉଥିଲା। ଅର୍ଥାତ୍‌ ଏଠାରେ ତାନ୍ତ୍ରିକ କାର୍ଯ୍ୟ ସବୁ କରାଯାଉଥିଲା। ପରେ ଦ୍ୱିତୀୟ ଶତାବ୍ଦୀ ବିସିରେ ବାର୍‌ କୋଖ୍‌ୱା ସମୟରେ ବିଦ୍ରୋହୀମାନେ ଏଠାରେ ଲୁଚି ରହିବାକୁ ଏହାକୁ ବ୍ୟବହାର କଲେ। ଏହି ଗୁମ୍ଫା ବହୁତ ଗଭୀର। ସେଥିପାଇଁ ଏଠାରେ ତାନ୍ତ୍ରିକ ଗତିବିଧି କରାଯାଉଥିବା ଅନୁମାନ କରାଯାଉଛି। ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ଗୁମ୍ଫା ଅନୁସନ୍ଧାନ କେନ୍ଦ୍ରର ସହଯୋଗରେ ପ୍ରତ୍ନତତ୍ତ୍ୱବିତ୍‌ ଏହାକୁ ଖୋଳୁଛନ୍ତି। ଏହି ସମୟରେ ସେଠାରେ ମଣିଷ ଖପୁରିର କିଛି ଭଗ୍ନ ଅଂଶ, ୧୨୦ ତେଲ ଦୀପ, ପ୍ରାଚୀନ ମାଟିର ବାସନ ଏବଂ ୨୦୦୦ ବର୍ଷ ପୁରୁଣା କାଂସ୍ୟ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ଏହାକୁ ସାବଧାନତା ସହକାରେ ଲୁଚା ଯାଇଥିଲା। ରିପୋର୍ଟ ମୁତାବକ, ରୋମାନ ଯୁଗ ସମୟରେ ଗୁମ୍ଫାରେ ତନ୍ତ୍ରଭିତ୍ତିକ ଶୋଭାଯାତ୍ରା ହେଉଥିଲା। ଏଠାରେ ଭଗବାନଙ୍କୁ ଆହ୍ବାନ କରାଯାଉଥିଲା। କିନ୍ତୁ ବାର କୋଖ୍‌ୱା ବିଦ୍ରୋହ ପରେ ଏଠାରେ ସବୁ ପରିବର୍ତ୍ତନ ହୋଇଯାଇଥିଲା। ପ୍ରଥମେ ଏହା ଜହୁଦୀଙ୍କ କ୍ଷେତ୍ର ଥିଲା। ଏହାପରେ ରୋମାନ ସାମ୍ରାଜ୍ୟର ବିସ୍ଥାପନ ହୋଇଥିଲା। ଏମାନେ ତେଲଦୀପ, କଂସା ବାସନ, ଅସ୍ତ୍ରଶସ୍ତ୍ରର ବ୍ୟବହାର କରି ତନ୍ତ୍ରମନ୍ତ୍ର କରୁଥିବା କୁହାଯାଏ।

Share