Posted inଖେଳ

ଟି-୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ଅର୍ଜନ କଲେ ୧୯ ଟିମ୍‌, ଜୁନ୍‌ ୩୦ରେ ଫାଇନାଲ…

କୋଲକାତା,୩୦।୧୧ : ଏକଦିବସୀୟ ବିଶ୍ୱକପ ୨୦୨୩ର ସମାପ୍ତି ପରେ, ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବାକୂ ଯାଉଛି। ଟି-୨୦ ବିଶ୍ୱକପ ଜୁନରେ ଖେଳାଯିବ। ଏହାର ତାରିଖ ଉପରେ କିଛି ଦ୍ୱନ୍ଦ୍ୱ ଅଛି କିନ୍ତୁ ଏହା ୩ କିମ୍ବା ୪ ଜୁନ ରୁ ଆରମ୍ଭ ହେବ। ଫାଇନାଲ ମ୍ୟାଚ ଜୁନ ୩୦ ରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ମିଳିତ ଭାବେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଏହି ବିଶ୍ୱକପ ଅଧିକ ଦ୍ୱତନ୍ତ୍ର ହେବ କାରଣ ଏଥର ୧୦ କିମ୍ବା ୧୨ ଟି ଦଳ ନୁହେଁ ବରଂ ୨୦ ଟି ଦଳ ଏଥିରେ ଅଂଶଗ୍ରହଣ କରିବେ ।

ଟି-୨୦ ବିଶ୍ୱକପ ୨୦୨୪ ରେ ମୋଟ ୨୦ ଟି ଦଳ ଖେଳିବେ କିନ୍ତୁ ଏଥି ମଧ୍ୟରୁ ୧୯ ଦଳ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇଛନ୍ତି। କେତେକ ର଼୍ୟାଙ୍କିଙ୍ଗ ଆଧାରରେ ସିଧାସଳଖ ପ୍ରବେଶ କରିଥିବାବେଳେ କେତେକ ବିଭିନ୍ନ ମହାଦେଶରେ ଖେଳାଯାଇଥିବା ଯୋଗ୍ୟତା ଟୁର୍ନାମେଣ୍ଟ ଆଧାରରେ ଯୋଗ୍ୟତା ଅର୍ଜନ କରିଛନ୍ତି। ହୋଷ୍ଟ ଭାବରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଆପେଆପେ ପ୍ରବେଶ କରିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ୨୦୨୨ ଟି -୨୦ ବିଶ୍ୱକପ ଆଧାରରେ ଯୋଗ୍ୟତା ଅର୍ଜନ କରିଛନ୍ତି। ର଼୍ୟାଙ୍କିଙ୍ଗ ଆଧାରରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ପ୍ରବେଶ କରଛନ୍ତି।

ସ୍କଟଲାଣ୍ଡ ଏବଂ ଆୟର୍ଲାଣ୍ଡ ୟୁରୋପ ଯୋଗ୍ୟତା ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାପୁଆ ନ୍ୟୁ ଗିନି ପୂର୍ବ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା କ୍ୱାଲିଫାୟରରୁ କାନାଡା ଏବଂ ଏସିଆ କ୍ୱାଲିଫାୟରରୁ ନେପାଳ ଓ ଓମାନ ଯୋଗ୍ୟତା ଅର୍ଜନ କରିଛନ୍ତି। ନାମିବିଆ ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଛି। ଉଗାଣ୍ଡା, ଜିମ୍ବାୱେ, କେନିଆ ଏବଂ ନାଇଜେରିଆର ମଧ୍ୟରୁ ଗୋଟିଏ ଦଳ ଯୋଗ୍ୟତା ଅର୍ଜନ କରିବ। ଏହାର ଅର୍ଥ ୧୯ ଟିମ ସ୍ଥିର ହୋଇଛି ଏବଂ ଆଉ ଗୋଟିଏ ଦଳ ଯୋଗ୍ୟତା ଅର୍ଜନ କରିବ।

ଏହି ଟୁର୍ନାମେଣ୍ଟର ଫର୍ମାଟରେ ମୋଟ ୫୫ ଟି ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ୫-୫ ଟି ଦଳ ଚାରୋଟି ଦଳରେ ବିଭକ୍ତ ହେବେ। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୨ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଏହା ସୁପର ୮ ହେବ। ଏହା ପରେ ଏକ ନକଆଉଟ ରାଉଣ୍ଡ ହେବ ଏବଂ ନିଜ ନିଜ ମ୍ୟାଚ ଜିତୁଥିବା ଦଳ ସେମିଫାଇନାଲକୁ ଯିବେ। ତା’ପରେ ସେମିଫାଇନାଲରେ ପ୍ରଥମ ମ୍ୟାଚ ଚତୁର୍ଥ ଏବଂ ଦ୍ୱିତୀୟ ମ୍ୟାଚ ତୃତୀୟ ଦଳ ବିପକ୍ଷରେ ହେବ। ଏହା ପରେ, ଜୁନ ୩୦ ରେ, ସେମିଫାଇନାଲର ଦୁଇଟି ବିଜେତା ଦଳ ଫାଇନାଲ ମ୍ୟାଚ ଖେଳିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ...

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ...

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ...

ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri