Categories: ଖେଳ

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଆଜି ଖେଲାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ମେଗ ଲେନିଙ୍ଗ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆୟୋଜକ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିନା କୌଣସି ପରିବର୍ତ୍ତନ ନ କରି ଏହି ମ୍ୟାଚରେ ପ୍ରବେଶ କରିଛନ୍ତି।
ଆୟୋଜକ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଇଂଲଣ୍ଡ ଦଳକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ସେପଟେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲକୁ ଯାଇଛି। କ୍ରମାଗତ ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆ ଫାଇନାଲରେ ଅଛି ଏବଂ ଷଷ୍ଠ ଟାଇଟଲରୁ ଗୋଟିଏ ପାଦ ଦୂରରେ ଅଛି।

Share