ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି ନ୍ୟୁଜିଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଟକ୍କର ହେବ । ୧୮ ଜୁନ୍‌ରେ ୱେଷ୍ଟ୍‌ ଇଣ୍ଡିଜ୍‌ ଟିମ୍‌ ଆଫଗାନିସ୍ତାନକୁ ଭେଟିବ । କିନ୍ତୁ ଏହି ଦୁଇ ମ୍ୟାଚ୍‌ର କୌଣସି ପ୍ରଭାବ ରହିବ ନାହିଁ । କାରଣ ସୁପର-୮ରେ ୮ଟି ଦଳ ପହଞ୍ଚି ସାରିଛନ୍ତି ।

ଏଥର ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି କିଛି ପୂର୍ବତନ ଚାମ୍ପିୟନ ଦଳ ସୁପର-୮ରୁ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ଆମେରିକା ଏବଂ ଆଫଗାନିସ୍ତାନ ଭଳି ନୂଆ ଦଳ ନିଜର ସ୍ଥାନ ପକ୍କା କରିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଆମେରିକା, ଇଂଲଣ୍ଡ ଏବଂ ବାଂଲାଦେଶ ସୁପର- ୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସୁପର-୮ ରାଉଣ୍ଡ ଜୁନ ୧୯ରୁ ଆରମ୍ଭ ହେବ । ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ ହେବ। ତେବେ ଗ୍ରୁପ୍‌-ଏ ରେ ଭାରତ ଓ ଆମେରିକା, ଗ୍ରୁପ୍‌-ବିରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ, ଗ୍ରୁପ୍‌ -ସିରେ ଆଫଗାନିସ୍ତାନ ଓ ୱେଷ୍ଟ ଇଣ୍ଡିଜ୍‌, ଗ୍ରୁପ୍‌ ଡିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି ।
ଅନ୍ୟପଟେ ୨୦ ଜୁନ୍‌ରେ ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ୍‌ ଏବଂ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ୨୧ ଜୁନ୍‌ରେ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଏବଂ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା, ୨୨ ଜୁନ୍‌ରେ ଆମେରିକା ଓ ୱେଷ୍ଟ ଇଣ୍ଡିଜ୍‌ ଏବଂ ଭାରତ ଓ ବାଂଲାଦେଶ, ୨୩ ଜୁନ୍‌ରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ଏବଂ ଆମେରିକା ଓ ଇଂଲଣ୍ଡ, ୨୪ ଜୁନ୍‌ରେ ୱେଷ୍ଟ ଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଓ ଭାରତ, ୨୫ ଜୁନ୍‌ରେ ଅଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ।

Share