ମୁମ୍ବାଇ: ଫିଲ୍ମରେ ସବୁ କିଛି ସମ୍ଭବ ହୋଇଥାଏ। ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିଥାନ୍ତି। କେତେବେଳେ ହିରୋ-ହିରୋଇନ ତ ଆଉ କେତେବେଳେ ସ୍ବାମୀ-ସ୍ତ୍ରୀ, ଆଉ କେତେବେଳେ ଭଉଣୀ-ଭାଇ ଭୂମିକାରେ ବି ଅଭିନୟ କରନ୍ତି । ଜାଣନ୍ତୁ ବଲିଉଡ୍ର ଏପରି କିଛି କଳାକାରଙ୍କ ସମ୍ପର୍କରେ…
ପ୍ରିୟଙ୍କା ଚୋପ୍ରା-ରଣବୀର ସିଂହ
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ରଣବୀର ସିଂଙ୍କ ଫିଲ୍ମକୁ ଦର୍ଶକେ ବହୁ ପସନ୍ଦ କରନ୍ତି। ଏହି ଦୁଇଜଣ ଜୟା ଅଖତରଙ୍କ ଫିଲ୍ମ ‘ଦିଲ୍ ଧଡ଼କନ’ରେ ଭଉଣୀ ଭାଇ ଭୂମିକାରେ ଅଭିନୟ କରିଥିଲେ। ଯାହାକୁ ଦର୍ଶକେ ପସନ୍ଦ କରିଥିଲେ।
ଐଶ୍ୱର୍ଯ୍ୟା-ଶାହାରୁଖ:
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ କିଙ୍ଗଖାନ୍ ଶାହାରୁଖ ବେଶ୍ ରୋମାଣ୍ଟିକ୍ ଫିଲ୍ମରେ ଅଭିନୟ କରିଛନ୍ତି। ତଥାପି ଏହି ଯୋଡ଼ି ୨୦୦୦ରେ ଫିଲ୍ମ ‘ଜୋସ୍’ରେ ଭଉଣୀ-ଭାଇ ଭୂମିକାରେ ଅଭିନୟ କରିଥିଲେ।
ଦୀପିକା ପାଦୁକୋନ- ଜନ୍ ଆବ୍ରାହମ:
ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ଫିଲ୍ମ ‘ରେସ୍’ରେ ଭଉଣୀ-ଭାଇ ଭୂମିକାରେ ନଜର ଆସିଥିଲେ।
ଜୁହି ଚାଓ୍ବଲା-ଅକ୍ଷୟ କୁମାର:
ଅଭିନେତ୍ରୀ ଜୁହି ଚାଓ୍ବଲା ଏବଂ ଖିଲାଡି ବୟ ଅକ୍ଷୟ କୁମାର ଅନେକ ଫିଲ୍ମରେ ପ୍ରେମୀଯୁଗଳ ଭାବରେ ଅଭିନୟ କରିଥିଲେ ମଧ୍ୟ ଫିଲ୍ମ ‘ରିସ୍ତା ଦ ବଣ୍ଡ୍ ଅଫ୍ ଲଭ୍’ରେ ଭଉଣୀ-ଭାଇ ଚରିତ୍ରରେ ନଜର ଆସିଥିଲେ।