Categories: ଖେଳ

ଟି. ନଟରାଜନଙ୍କ ଝିଅ ସହ ମଜା କରୁଛନ୍ତି ଧୋନୀ, ଭିଡିଓ ଦେଖିଲେ…

ଲୋକମାନେ ତାଙ୍କର ସ୍ବଭାବ ଯୋଗୁ ତାଙ୍କୁ ବହୁତ ଭଲ ପାଆନ୍ତି। ଏବେ ଧୋନୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ମନ ଖୁସିରେ ନାଚି ଉଠିବ। ପ୍ରମାଣିତ ହୋଇଯିବ ଯେ, ଧୋନୀ କେତେ ସ୍ନେହୀ ମଣିଷ। ଏହି ଭିଡିଓରେ କ୍ରିକେଟର ଟି.ନଟରାଜନଙ୍କ କୁନି ଝିଅ ସହିତ ଧୋନୀ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।

ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ ଆକାଉଣ୍ଟରେ ଭାଇରାଲ ହୋଇଥିବା ଭିଡିଓ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏହି ଭିଡିଓରେ ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଟି. ନଟରାଜନ ତାଙ୍କ ଝିଅକୁ କାଖେଇ ଥିବା ନଜର ଆସିଛନ୍ତି। ଧୋନୀ ମଧ୍ୟ ପାଖରେ ଠିଆ ହୋଇଛନ୍ତି। ଧୋନୀ ଏହି କୁନି ଝିଅ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ନଟରାଜନଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ପାଖରେ ଅଛନ୍ତି। ଧୋନୀ କୁନି ଝିଅକୁ ହାତ ଦେଖାଇ ହାଏଫାଏ କରିବାକୁ କହୁଛନ୍ତି। କିଛି କଥା ହେବା ପରେ ସମସ୍ତଙ୍କ ସହ ଫଟୋ ପୋଜ୍‌ ଦେଉଛନ୍ତି। ଭିଡିଓଟି ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଅଛି, ‘ତୁମର ଦିନଟି କାଟିବା ପାଇଁ କ୍ୟୁଟି ଚୁଟିର ଏକ ଡୋଜ୍‌’

ଭିଡିଓଟି ଶେୟାର ହେବାର କିଛି କ୍ଷଣ ମଧ୍ୟରେ ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ସୋସିଆଲ ମିଡିଆ ୟୁଜରମାନେ ଭିଡିଓଟିକୁ ବେଶ୍‌ ପସନ୍ଦ କରିଛନ୍ତି। କମେଣ୍ଟ ବକ୍ସ ଖାଲି ଲଭ୍‌ ଆଉ ହାର୍ଟ ଇମୋଜିରେ ପୂରି ଯାଇଛି।

 

Share