ଉନ୍ନତ ଟିକା ବ୍ୟବହାର କରିବାକୁ ଚାହୁଁନାହାନ୍ତି ଜିନ୍‌ପିଙ୍ଗ୍‌: ଆମେରିକା

ଓ୍ବାଶିଂଟନ,୪ା୧୨: ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଏଭ୍‌ରିଲ୍‌ ହେନ୍ସ କହିଛନ୍ତି, ଯଦିଓ ନିକଟରେ ହୋଇଥିବା ବିରୋଧ କମ୍ୟୁନିଷ୍ଟ ଦଳର ଶାସନକୁ ବିପଦରେ ପକାଉ ନାହିଁ, ତଥାପି ଶି’ ଜିନ୍‌ପିଙ୍ଗଙ୍କ ବ୍ୟକ୍ତିଗତ ସ୍ଥିତିକୁ ପ୍ରଭାବିତ କରିପାରନ୍ତି।
ଶି’ଙ୍କ ଜିରୋ-କୋଭିଡ୍‌ ନୀତି ତୀବ୍ର ଅର୍ଥନୈତିକ ଅବନତି ଏବଂ ଜନସାଧାରଣଙ୍କ ଅଶାନ୍ତି ସୃଷ୍ଟି କରିବା ପରେ, ବର୍ତ୍ତମାନ କେତେକ ସହର ପରୀକ୍ଷା ଏବଂ କ୍ୟାଣ୍ଟିନ ନିୟମକୁ ସହଜ କରିବାକୁ ପଦକ୍ଷେପ ନେଉଛନ୍ତି।

ଭାଇରସର ସାମାଜିକ ତଥା ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଶି’ ପାଶ୍ଚାତ୍ୟ ଦେଶରୁ ଭଲ ଟିକାକରଣ କରିବାକୁ ମନା କରିଦେଇଛନ୍ତି, ଏହା ବଦଳରେ ଚାଇନାର ଟିକା ଉପରେ ନିର୍ଭରଶୀଳ, ଯାହା ଓମିକ୍ରନ ବିରୋଧରେ ପ୍ରାୟ ପ୍ରଭାବଶାଳୀ ନୁହେଁ ବୋଲି କାଲିଫର୍ନିଆର ରେଗାନ ନ୍ୟାଶନାଲ ଡିଫେନ୍ସ ଫୋରମ କହିଛି।

Share