ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି, ଯେଉଁଥିରେ ମନ୍ଦିର ଆଗରେ ଛିଡ଼ା ହୋଇଥିବା ତାମିଲନାଡୁର ପେସରଙ୍କୁ ନିଜର ନୁଆ ଲୁକ୍ରେ ଦେଖିବାକୁ ମିଳୁଛିି। ଏହାର କ୍ୟାପଶନରେ ଲେଖିଛନ୍ତି, “ଆଶୀର୍ବାଦ ପାଇଲା ଭଳି ଅନୁଭବ ହେଉଛି”।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ନଟରାଜନଙ୍କୁ ନେଟ୍ ବୋଲର ଭାବେ ନିଆଯାଇଥିଲା। କିନ୍ତୁ ନୂଆ ୟର୍କର ସ୍ପେଶାଲିଷ୍ଟ ସମସ୍ତ ୩ଟି ଫର୍ମାଟରେ ଦେଶ ପାଇଁ ପଦାର୍ପଣ କରି ସୃଷ୍ଟି କରିଛନ୍ତି ନୂଆ ରେକର୍ଡ। କ୍ୟାରିୟରର ପ୍ରଥମ ଟେଷ୍ଟରେ ସେ ୩ଟି ଉଇକେଟ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ବିଶ୍ୱକପ୍ ଜତିବା ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ନଣ୍ଡା ହୋଇଥିଲେ।