Categories: ଜାତୀୟ

ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଜେୱର,୨୫ ।୧୧: ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗରର ଜେୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି ଦେଶବାସୀଙ୍କୁ ଶଉଭେଚ୍ଛା ଜଣାଇଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ମାଦିଙ୍କ ସହ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଆଉ କେତେଜଣ ନେତା ଉପସ୍ଥିତ ଥିଲେ । ଯୋଗୀ ଆଦତ୍ୟନାଥ କହିଥିଲେ ଏହା ମୋର ସୌଭାଗ୍ୟ ଯେ ଜେୱରର ଏହି ଐତିହାସିକ ଦିନ ବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାର ଅବସର ମୋତେ ମିଳିଲା । ଏବେ ଉତ୍ତର ପ୍ରଦେଶ ୫ ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଯାଇଛି ।ଜେୱରରେ ନିର୍ମାଣ କରାଯାଉଥିବା ଏହି ବିମାନ ବନ୍ଦର ଦିଲ୍ଲୀ-ଏନ୍‌ସିଆରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ । କେବଳ ସେତିକି ନୁହେଁ ଏହା କାର୍ଯ୍ୟକ୍ଷମ ହେଲେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଚାପ କମିଯିବ ।

Share