ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବୁ: ପୁଟିନ

କ୍ୱିଭ୍‌,୩୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବି ସଫଳ ହୋଇପାରିନାହିଁ। ପ୍ରତ୍ୟେକ ଶାନ୍ତି ଆଲୋଚନା ପରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରୁଥିବା ଲକ୍ଷ୍ୟ କରାଯାଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଗୋଟିଏ ପଟେ ଶାନ୍ତି ଆଲୋଚନା ଚାଲିଛି, ଅନ୍ୟପଟେ ରାଷ୍ଟ୍ରପତି ପୁଟିନ ପରମାଣୁ ଆକ୍ରମଣ ବିଷୟରେ କହୁଛନ୍ତି। ସେ ପ୍ରତିଜ୍ଞା କରିଛନ୍ତି ୟୁକ୍ରେନକୁ ସମୂଳ ଶେଷ କରିବେ। ତେବେ ପ୍ରକୃତରେ ପୁଟିନ କ’ଣ ଚାହୁଁଛନ୍ତି? ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହେବାରେ ବଡ଼ ପ୍ରତିବନ୍ଧକ କ’ଣ? ରୁଷିଆର ପ୍ରକୃତ ଉଦ୍ଦେଶ୍ୟ କ’ଣ ଏନେଇ ନାନା ଆଲୋଚନା ଚାଲିଛି।

Share