ଓଟିଟି ସ୍ପେଶରେ ଏଣ୍ଟ୍ରି କଲା ଟି ସିରିଜ

ମୁମ୍ବାଇ: ବର୍ଷ ବର୍ଷ ଧରି ନିର୍ବିବାଦରେ ସଙ୍ଗିତ ଦୁନିଆରେ ସଫଳତା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୁଷଣ କୁମାର ଏବେ ଟି ସିରିଜକୁ ଆଗକୁ ବଢାଇବାକୁ ଆଉ ଏକ ପ୍ରୟାସ କରିଛନ୍ତି । ଏବେ ସେ ୱେବ ସିରିଜ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଟି-ସିରିଜ ଏସିଆର ସବୁଠାରୁ ବଡ ମ୍ୟୁଜିକ ଲେବଲ, ପବ୍ଲିସର ଓ ଭାରତର ସବୁଠାରୁ ବଡ ଫିଲ୍ମ ଷ୍ଟୁଡିଓ ଯିଏ ଏବେ ଓଟିଟିରେ ୱେବ ସିରିଜ ପ୍ରଡ୍ୟୁସ କରିବାକୁ ମନ ବଳାଇଛି । ଏଡି ଘୋଷଣା ପରେ ଖୁସି ବ୍ୟକ୍ତ କରି ଟି ସିରିଜର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ, ଭୁଷଣ କୁମାର କହିଛନ୍ତି ଟି ସିରିଜ ସବୁବେଳେ ଦମଦାର କାହାଣୀ ଉପରେ ବିଶ୍ୱାସ କରେ । ଏହା ସଙ୍ଗିତ ମାଧ୍ୟମରେ ହେଉ ଅବା ଫିଲ୍ମ ମାଧ୍ୟମରେ । ଏବେ ଆମେ ଏହାକୁ ନେଇ ୱେବ ସିରିଜ ନିର୍ମାଣ କରିବାକୁ ଉତ୍ସାହି ଅଛୁ । ଏଥିରେ ଆମେ ଦର୍ଶକଙ୍କୁ ଫ୍ରେସ୍‌, ଅରିଜନାଲ ଓ ବିଶିଷ୍ଟ ଷ୍ଟୋରି ଭେଟିଦେବୁ ।

Share