Categories: ଜାତୀୟ

ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ବଳାତ୍କାର ମାମଲା

ମୁମ୍ବାଇ,୧୬।୭: ଟି-ସିରିଜ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍‌ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଟି-ସିରିଜ୍‌ର ପ୍ରୋଜେକ୍ଟରେ କାମ ଦେବା ଲାଳସା ଦେଖାଇ ଭୂଷଣ ଜଣେ ୩୦ବର୍ଷିୟ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏତଦ୍‌ ବ୍ୟତୀତ ଯୁବତୀଙ୍କ ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଭୂଷଣ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣକ କହିଛନ୍ତି। ସୂଚନା ମୁତାବକ କାମ ଦେବା ବାହାନାରେ ଉକ୍ତ ଯୁବତୀଙ୍କୁ ୨୦୧୭ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଭୂଷଣ ନିର୍ଯାତନା ଦେଇଥିଲେ। ୩ଟି ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କୁ ବଳାତ୍କାର କରାଯାଇଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ତେବେ ଡିଏନ୍‌ ପୋଲିସ ଭୂଷଣଙ୍କ ବିରୋଧରେ ଆଇପିସି ଧାରା ୩୭୬,୪୨୦ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୋଗକ୍ରମେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଭୂଷଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ସୂଚନାଯୋଗ୍ୟ, ୨୦୧୮ରେ # ମିଠୁ ଆନ୍ଦୋଳନ ସମୟରେ ଭୂଷଣ କୁମାରଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ।

Share