ବାପାଙ୍କୁ ହତ୍ୟା କରିଥିଲା ଡି-କମ୍ପାନୀ: ପୁଅ ଏବେ ସଙ୍ଗୀତ ଜଗତର ବାଦ୍‌ଶାହା,୧୦୦୦ କୋଟିର ମାଲିକ…

ବମ୍ବେ: ବଲିଉଡ୍‌ରେ ସୁପର କ୍ୟାସେଟ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ‘ଟି-ସିରିଜ’ ନାମରେ ବ୍ୟବସାୟ କରୁଛି। ଗୁଲସନ କୁମାର ଦୁଆ ଏହାର ପ୍ରତିଷ୍ଠାତା ଥିଲେ। ୧୯୯୭ରେ ଗୁଲସନଙ୍କ ହତ୍ୟା କରିଦିଆଯାଇଥିଲା। ଏଥିଲାଗି ‘ଡି-କମ୍ପାନୀ’ ଦାୟୀ ବୋଲି କୁହାଯାଏ। ଗୁଲଶନଙ୍କ ପରେ ତାଙ୍କ ପୁଅ ଭୂଷଣ କୁମାର କମ୍ପାନୀର ଦାୟିତ୍ୱ ନିଜ ହାତକୁ ନେଇଥିଲେ। ସେ ଏହି କମ୍ପାନୀର ଅଧ୍ୟକ୍ଷ ଏବଂ ଏମ୍‌ଡି ଅଛନ୍ତି। ବର୍ତ୍ତମାନ ସମୟରେ ମଧ୍ୟ କମ୍ପାନୀର ମୁଖ୍ୟ ବ୍ୟବସାୟ ସଙ୍ଗୀତ ଏବଂ ଫିଲ୍ମ ରହିଥିବା ବେଳେ ଏହାର ମୂଲ୍ୟ ୧୦୦୦ କୋଟିରେ ପହଞ୍ଚିଛି।

ଭୂଷଣଙ୍କ ପ୍ରଚେଷ୍ଟା ଯୋଗୁ ‘ଟି-ସିରିଜ’ ଭାରତର ନମ୍ବର-୧ ମ୍ୟୁଜିକ୍‌ ଲେଭଲ୍‌ ପାଲଟିଛି। ଏହା ଫୋନୋଗ୍ରାଫ ରେକର୍ଡର ମ୍ୟାନୁଫ୍ୟାକ୍ଚରିଂ , ପ୍ରି-ରେକର୍ଡ ଅଡିଓ ଟେପ୍‌ ଏବଂ ଡିସ୍କ ଆଦିର ବ୍ୟବସାୟ କରୁଛି। ଏବେ କମ୍ପାନୀର ମୋଟ ମୂଲ୍ୟ ୪୩୧୦ କୋଟି ଟଙ୍କା ହେବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ୨୦୨୨ରେ ପ୍ରକାଶିତ ଧନୀ ତାଲିକାରେ ଭୂଷଣ ୧୭୫ନଂ ସ୍ଥାନରେ ରହିଥିଲେ। ସେ ନିଜର ବିଳାସମୟ ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ପାଖରେ ମୁମ୍ବାଇର ଜୁହୁରେ ୧୬୭ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ରହିଛି। ଏହାଛଡ଼ା ତାଙ୍କର ଦିଲ୍ଲୀରେ ମଧ୍ୟ ଏକ ଘର ରହିଛି। ସେ ମୁକେଶ ଅମ୍ବାନୀଙ୍କ ପରେ ରୋଲ୍ସ ରୋଏସ୍‌ କୁଲିନାନ୍‌ ରଖିଥିବା ଦ୍ୱିତୀୟ ଭାରତୀୟ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୦୦ କୋଟି ଟଙ୍କା।

Share