ଟି-ସାର୍ଟରେ ସୁଶାନ୍ତଙ୍କ ବିବାଦୀୟ ଫଟୋ ରଖି ଅଡ଼ୁଆରେ ଫ୍ଲିପ୍‌କାର୍ଟ

ବମ୍ବେ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଲାଣି। ହେଲେ ଏବେ ଭିନ୍ନ କାରଣକୁ ନେଇ ସେ ଚର୍ଚ୍ଚାରେ। ଅନ୍ଲାଇନ ଶପିଂ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ରେ ମାର୍କେଟିଂ ପାଇଁ ସୁଶାନ୍ତ ଫଟୋକୁ ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଫ୍ଲିପ୍‌କାର୍ଟକୁ ବୟକଟ କରିବା ପାଇଁ ସୋଶାଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଛି।

ଫ୍ଲିପକାର୍ଟରେ ଥିବା ଏକ ଟି-ଶାର୍ଟକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି ଟି-ସାର୍ଟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫଟୋ ଛପାଯାଇଛି। ଏଥିସହ ଏହା ଉପରେ ଇଂରାଜୀରେ ଲେଖାଯାଇଛି ‘Depression is like Drowing’ । ଶାର୍ଟଟିକୁ ଫ୍ଲିପକାର୍ଟରେ ୧୭୯ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଏହାର ମୂଲ୍ୟ ୧୦୯୯ କୁହାଯାଇଛି। ଏହାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକମାନେ ଖପ୍ପା ହୋଇଛନ୍ତି। ‘#BoycottFlipkart’ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିଛି ବ୍ୟବହାରକାରୀ ରାଗିଯାଇ ଏହାକୁ ଶସ୍ତା ମାର୍କେଟିଂ ବୋଲି କହୁଛନ୍ତି। ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଟି-ସାର୍ଟକୁ ହଟାଇବାକୁ ପ୍ରଶଂସକ ମଧ୍ୟ ଦାବି କରିଛନ୍ତି।

Share