Categories: ଖେଳ

ଗୋଟିଏ ଓଭରରେ ୩୪ ରନ୍‌, ଖାଲି ଚୌକା-ଛକା ବର୍ଷା: ଦେଖନ୍ତୁ ଭିଡିଓ

ଲଣ୍ଡନ,୧୦।୭: ଇଂଲଣ୍ଡରେ ଏବେ ଟି-୨୦ ବ୍ଲାଷ୍ଟ ଖେଳାଯାଉଛି। ସମରସେଟ ଏବଂ ଡର୍ବିସାୟାର ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସମରସେଟ ପାଇଁ ଖେଳୁଥିବା ରିଲେ ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୩୬ ବଲରେ ୯୩ର ରନ୍‌ର ଏକ ଇନିଂସ ଖେଳିଥିଲେ। ଏଥିରେ ୭ଟି ଛକା ଏବଂ ୮ଟି ଚୌକା ଥିଲା। ଏହି ସମୟରେ ସେ ଇନିଂସର ୧୫ତମ ଓଭରରେ ୩୪ ରନ କରିଥିଲେ। ରୋସୋ ଗୋଟିଏ ଓଭରରେ ପାଞ୍ଚ ଛକା ଓ ଗୋଟିଏ ଚୌକା ମାରିଥିଲେ। ତାଙ୍କ ବ୍ୟାଟିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ସମରସେଟ ଟି-୨୦ ବ୍ଲାଷ୍ଟର କ୍ୱାର୍ଟର ଫାଇନାଲରେ ଡର୍ବିସାୟରକୁ ୧୯୧ ରନରେ ପରାସ୍ତ କରିଛି। ଟି-୨୦ କ୍ରିକେଟରେ ରନ ଦୃଷ୍ଟିରୁ ଏହା ସବୁଠାରୁ ବଡ ବିଜୟ ଥିଲା। ସମରସେଟ୍‌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୬୫ ସ୍କୋର କରିଥିଲେ। ଏହା ପରେ ଡର୍ବିସାୟାର ଦଳ ୭୪ ରନ ଅଲଆଉଟ ହୋଇଥିଲେ।

Share