Categories: ଖେଳ

ଟି୨୦ କ୍ରିକେଟ ବିଶ୍ୱକପ୍‌ ସେମିଫାଇନାଲ: ଇଂଲଣ୍ଡ ଆଗରେ ୧୭୨ ରନ୍‌ର ଟାର୍ଗେଟ୍‌

ଜର୍ଜଟାଉନ,୨୬ା୬: ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ, ଗୁଏନାରେ ଗୁରୁବାର ଖେଳାଯାଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଭାରତ ପ୍ରଥମ ବ୍ୟାଟିଂ କରି ନିଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍‌ କରିଛି। ଫଳରେ ଇଂଲଣ୍ଡ ଆଗରେ ୧୭୨ ରନ୍‌ର ବିଜୟ ଟାର୍ଗେଟ ରଖିଛି ଭାରତ।

ଅନ୍ୟପକ୍ଷେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ୨୦୨୨ ଟି୨୦ ବିଶ୍ୱକପର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ୨୦୨୨ରେ ଅନୁଷ୍ଠିତ ଗତ ବିଶ୍ୱକପ ସେମିଫାଇନାଲରେ ଭାରତକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚାମ୍ପିୟନ ହୋଇଥିଲା।

Share