Categories: ଖେଳ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ଟିମ୍‌ ଇଣ୍ଡିଆରେ ରିଙ୍କୁ, ଜିତେଶ, ଯଶସ୍ବୀଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୧୩।୬: କ୍ରମାଗତ ଦୁଇଟି ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ପୁଣି ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହିତ ଟିମ ଇଣ୍ଡିଆ ଡବ୍ଲୁଟିସିର ତୃତୀୟ ସଂସ୍କରଣ ଆରମ୍ଭ କରିବ। ତେବେ ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ ଇଣ୍ଡିଆକୁ ମଧ୍ୟ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବାକୁ ପଡିବ। ଏହି ଟି -୨୦ ସିରିଜ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳରେ କିଏ କିଏ ସ୍ଥାନ ପାଇବେ ଜାଣନ୍ତୁ…

ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା ଅନେକ ଯୁବ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ସୁଯୋଗ ଦିଆଯାଇପାରେ।ଏଥିମଧ୍ୟରେ ଓପନର୍‌ ଯଶସ୍ବୀ ଜୈସୱାଲ, ରିତୁରାଜ ଗାୟକୱାଡ, ବିସ୍ଫୋରକ ଫିନିସର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ, ଉଇକେଟ କିପର ଜିତେଶ ଶର୍ମା ଏବଂ ଦ୍ରୁତ ବୋଲର ମୁକେଶ କୁମାର ଅଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ଅଧିନାୟକ ହେବେ। ଗତ ଅନେକ ଟି -୨୦ ସିରିଜରେ ହାର୍ଦ୍ଦିକ ଅଧିନାୟକତ୍ୱ ପାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଏହି ଫର୍ମାଟରେ ଭବିଷ୍ୟତର ଅଧିନାୟକ ଭାବରେ ଦେଖାଯାଉଛି। ଯେଉଁଠାରେ ସୂର୍ଯ୍ୟକୁମାର ଯାଦବ ଉପ-ଅଧିନାୟକ ହେବେ। ଦ୍ରୁତ ବୋଲିଂ ବିଭାଗରେ ଅଭିଜ୍ଞ ଭୁବନେଶ୍ୱର କୁମାର, ଯୁବ ଅମରାନ ମଲିକ, ମୁକେଶ କୁମାର ଏବଂ ଅର୍ଶଦୀପ ସିଂ ରହିପାରନ୍ତି। ଏଥି ସହିତ କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ଅକ୍ଷର ପଟେଲ ସ୍ପିନ ବିଭାଗରେ ରହିବେ ବୋଲି କୁହାଯାଉଛି।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି -୨୦ ସିରିଜ ପାଇଁ ଭାରତର ସମ୍ଭାବ୍ୟ ୧୫ ଜଣିଆ ଦଳ- ଶୁବମାନ ଗିଲ, ରିତୁରାଜ ଗାୟକୱାଡ, ଇଶାନ କିଶନ (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଯଶାସୀ ଜୈସୱାଲ, ରିଙ୍କୁ ସିଂ, ଜିତେଶ ଶର୍ମା (ଉଇକେଟ କିପର) , କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅମରାନ ମଲିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଏବଂ ମୁକେଶ କୁମାର।

Share