Categories: ଖେଳ

ଟି-୨୦ ବିଶ୍ବକପ: ଚାମ୍ପିୟନ ଦଳକୁ ମିଳିବ ୧୩ କୋଟି

ମୁମ୍ବାଇ,୩୦।୯: ଟି-୨୦ ବିଶ୍ବକପ କ୍ରିକେଟ ପାଇଁ ଆଇସିସି ପକ୍ଷରୁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଟି-୨୦ ବିଶ୍ବକପ ଚାମ୍ପିୟନ ଦଳକୁ ୧୬ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ଅନୁସାରେ ୧୩ କୋଟି ଟଙ୍କା ମିଳିବ। ସେହିପରି ରନର୍ସ ଅପ୍‌ ଦଳକୁ ୮ ଲକ୍ଷ ଡଲାର ଅର୍ଥାତ ଭାରତୀୟ ଟଙ୍କାରେ ୬.୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ସେହିପରି ସେମିଫାଇନାଲରେ ହାରିଥିବା ଦଳକୁ ୪ ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ବିଶ୍ବକପ ପାଇଁ ଆଇସିସି ପକ୍ଷରୁ ୫.୬ ନିୟୁତ(୫୬ ଲକ୍ଷ ) ଡଲାର ପୁରସ୍କାର ରାଶି ରହିଛି। ସୁପର ୧୨ରୁ ବାହାରି ଯାଇଥିବା ଦଳକୁ ୭୦ ହଜାର ଡଲାର ଲେଖାଏ ପୁରସ୍କାର ପାଇବେ। ସୁପର ୧୨ ସ୍ତରରେ ପ୍ରତି ମ୍ୟାଚରେ ବିଜୟ ପାଇଁ ୪୦ ହଜାର ଡଲାର ମିଳିବ। ସୂଚନାଯୋଗ୍ୟ, ଟି-୨୦ ବିଶ୍ବକପ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ।

Share