Categories: ଖେଳ

ମାତ୍ର କିଛି ମିନିଟ୍‌ରେ ସରିଗଲା ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌

ନୂଆଦିଲ୍ଲୀ,୭।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚର ଲୋକପ୍ରିୟତା ସର୍ବଦା ଅଧିକ ଥାଏ। ଏହି ଦୁଇ ଦଳ କ୍ରିକେଟ ପଡ଼ିଆରେ ମୁହାଁମୁହିଁ ବେଳେ କୋଟି କୋଟି ଲୋକ ସମସ୍ତ କାମ ଛାଡି ଟିଭି ଆଗରେ ବସିଥାନ୍ତି। ଫଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚର ଟେଲିକଷ୍ଟ ସମୟରେ ପ୍ରତ୍ୟେକ ଥର ନୂଆ ଟିଆରପି ରେକର୍ଡ କରାଯାଇଥାଏ। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ପାଇଁ ଟିକେଟ ମଧ୍ୟ ପ୍ରତ୍ୟେକ ଥର କିଛି ମିନିଟ ମଧ୍ୟରେ ବିକ୍ରି ହୋଇଯାଏ। ଏଥର ମଧ୍ୟ ସମାନ ଘଟଣା ଘଟିଛି।
୩ ଅକ୍ଟୋବର ୨୦୨୨ରେ, ଭାରତ ଏବଂ ପାକିସ୍ତାନର ଦଳ ଆଇସିସି ଟି -୨୦ ବିଶ୍ୱକପ ମ୍ୟାଚରେ ଭେଟିବ। ଏହି ମ୍ୟାଚ ପାଇଁ ଟିକେଟ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବା ମାତ୍ରେ ସମଗ୍ର ଟିକେଟ ବିକ୍ରି ହୋଇଯାଇଛି। ଏବେ ବାକି ପ୍ରଶଂସକମାନଙ୍କୁ ନିଜ ଘରେ ଟିଭିରେ ଏହି ମ୍ୟାଚ ଦେଖିବାକୁ ପଡିବ।

ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତର କାର୍ଯ୍ୟସୂଚୀ

ପ୍ରଥମ ମ୍ୟାଚ: ଭାରତ ବନାମ ପାକିସ୍ତାନ, ୨୩ ଅକ୍ଟୋବର, ମେଲବୋର୍ନ
ମ୍ୟାଚ ୨: ଭାରତ ବନାମ ଗ୍ରୁପ ଏ ରନର୍ସ ଅପ, ଅକ୍ଟୋବର ୨୭, ସିଡନୀ
ମ୍ୟାଚ ୩: ଭାରତ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୩୦, ପର୍ଥ
ମ୍ୟାଚ ୪: ଭାରତ ବନାମ ବାଂଲାଦେଶ, ନଭେମ୍ବର ୨, ଆଡିଲେଡ
ମ୍ୟାଚ ୫ : ଭାରତ ବନାମ ଗ୍ରୁପ ବି ବିଜେତା, ମେଲବୋର୍ନ

Share