ପର୍ଥ,୪।୧୧: ଅଧିନାୟକ କେନ ୱିଲିୟମସନଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଟି -୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଗ୍ରୁପ ୧ ମ୍ୟାଚରେ ଆୟର୍ଲାଣ୍ଡକୁ ୩୫ ରନ୍ରେ ପରାସ୍ତ କରି ସେମିଫାଇନାଲ୍ ଟିକେଟ୍ ହାସଲ କରିଛି ନ୍ୟୁଜିଲାଣ୍ଡ। କେନ ୱିଲିୟମସନ ୩୫ ଟି ବଲରୁ ୬୧ଟି ଏବଂ ଲକି ଫର୍ଗୁସନଙ୍କ ୩ଟି ଉଇକେଟ ନ୍ୟୁଜିଲାଣ୍ଡକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା।
ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ୭ ପଏଣ୍ଟ ସହ ଗ୍ରୁପ-୧ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ସେମିଫାଇନାଲରେ ପ୍ରବେଶ କରିଛି। ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଦଳ ହୋଇପାରିଛି।