Categories: ଖେଳ

ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଡିଲେଡ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୬୮ ରନ୍‌ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ।
ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ଜୋସ ବଟଲର ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ କେଏଲ ରାହୁଲଙ୍କ ରୂପରେ ପ୍ରଥମ ଝଟକା ପାଇଥିଲା। ସେ ମାତ୍ର ଯିଏ ୫ ରନ ସ୍କୋର କରିପାରିଥିଲେ। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟ ପାଇଁ ୪୭ ରନର ଭାଗିଦାରୀ ହୋଇଥିଲା। ରୋହିତ ଶର୍ମା ୨୮ ବଲ୍‌ରେ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଆଜି ବିଶେଷ କିଛି କରିପାରି ନ ଥିଲେ। ସେ ମାତ୍ର ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଭାରତ ୭୫ ରନରେ ୩ଟି ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। କୋହଲି ୫୦ ରନ ସ୍କୋର କରି ଜୋର୍ଡାନଙ୍କ ଶିକାର ହୋଇଥିଲେ। ପରେ ପାଣ୍ଡ୍ୟା ୩୩ ବଲ୍‌ରେ ୬୩ ରନ୍‌ କରି ଇନିଂସର ଶେଷ ବଲ୍‌ରେ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଜୋର୍ଡାନ ୩ଟି ଉଇକେଟ୍‌ ନେଇଥିବାବେଳେ ଆଦିଲ ରଶିଦ, ବେନ ଷ୍ଟୋକ୍ସ ଗୋଟିଏ ଲେଖkା, ଉଇକେଟ୍‌ ନେଇଥିଲେ।

Share