Categories: ଖେଳ

ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିବେ ଏହି ୪ ଟିମ୍‌: ଜାଣନ୍ତୁ କାହା ସହ କାହାର ହୋଇପାରେ ଲଢ଼େଇ…

ନୂଆଦିଲ୍ଲୀ,୬।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ର ସେମିଫାଇନାଲ ଲାଗି ୪ ଟିମ୍‌ ସ୍ଥିର ହୋଇଛି। ରବିବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ବାଲାଂଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏପରି ଭାବେ ଗ୍ରୁପ୍‌-୨ରୁ ଭାରତ ଏବଂ ପାକିସ୍ତାନ କ୍ୱାଲିଫାଏ କରିଛି। ସେହିଭଳି ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିଛି। ଅର୍ଥାତ ଟି୨୦ ବିଶ୍ୱକପ୍‌ ପ୍ଲେ୍‌ଅଫ୍‌ ମୁକାବିଲା ଲାଗି ଷ୍ଟେଜ୍‌ ପ୍ରସ୍ତୁତ ହୋଇଛି।

ସେମିଫାଇନାଲରେ ପହଞ୍ଚିଥିବା ଟିମ୍‌:
-ଗ୍ରୁପ-୧: ନ୍ୟୁଜିଲାଣ୍ଡ, ଇଂଲଣ୍ଡ
-ଗ୍ରୁପ୍‌ ୨: ଭାରତ, ପାକିସ୍ତାନ

କେତେବେଳେ ଏବଂ କାହା ମଧ୍ୟରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍‌:-
-ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ-୯ ନଭେମ୍ବର, ସିଡନୀ(ଅପରାହ୍ନ ୧.୩୦)
-ଭାରତ ବନାମ ଇଂଲଣ୍ଡ-୧୦ ନଭେମ୍ବର-ଆଡିଲେଡ(ଅପରାହ୍ନ ୧.୩୦)

ଯଦି ଜିମ୍ବାଓ୍ବେ ଭାରତକୁ ହରାଇ ଦିଏ ତେବେ:-

-ନ୍ୟୁଜିଲାଣ୍ଡ ବନାମ ଭାରତ-୯ ନଭେମ୍ବର-ସିଡନୀ(ଅପରାହ୍ନ ୧.୩୦)
-ପାକିସ୍ତାନ ବନାମ ଇଂଲଣ୍ଡ-୧୦ ନଭେମ୍ବର-ଆଡିଲେଡ୍‌(ଅପରାହ୍ନ ୧.୩୦)

Share