Categories: ଖେଳ

‘ବିରାଟ’ ରେକର୍ଡ ହାସଲ କଲେ କୋହଲି

ଆଡିଲେଡ,୨।୧୧: ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ଟି-୨୦ ବିଶ୍ୱ ଇତିହାସରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏ ପର୍ଯ୍ୟନ୍ତ ବିରାଟ ମୋଟ ୧୦୩୨ ରନ ସ୍କୋର କରିଛନ୍ତି। ଏହାପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ ମହେଲା ଜୟୱର୍ଦ୍ଧେନ ୧୦୧୬ ରନ ସହ ଟି-୨୦ ବିଶ୍ୱକପ ଇତିହାସରେ ଏକ ନମ୍ବରରେ ଉପସ୍ଥିତ ଥିଲେ।
ବିରାଟ ତାଙ୍କ ନାମରେ ମାତ୍ର ୨୩ ଇନିଂସରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ମହେଲା ଜୟୱର୍ଦ୍ଧେନ ୧୦୧୬ ରନ ସ୍କୋର କରିବାକୁ ୩୧ ଇନିଂସ ନେଇଥିଲେ। ଏହି ତାଲିକାରେ ରୋହିତ ଶର୍ମା ମଧ୍ୟ ୯୨୧ ରନ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ୯୬୫ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ ତିଳକରତ୍ନେ ଦିଲଶାନ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ୩୪ ଇନିଂସରେ ଦିଲଶାନ ୮୯୭ ରନ କରିଛନ୍ତି।

Share