ଚୌକା-ଛକା ମାରିଲେ କ୍ୟାଟ୍ରିନା

ଟି-୨୦ ବିଶ୍ୱକପ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବେଳେ ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଫିଲ୍ମ ‘ଫୋନ ଭୁତ୍‌’ର ଟିମ ପହଞ୍ଚିଥିଲା। ଫିଲ୍ମର ଷ୍ଟାର କାଷ୍ଟ କ୍ୟାଟ୍ରିନା କୈଫ, ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଷ୍ଟୁଡିଓରେ କିଛି କିମ୍ବଦନ୍ତୀ କ୍ରିକେଟରଙ୍କ ସହ କ୍ରିକେଟ ଖେଳିଥିଲେ। ହଳଦିଆ ରଙ୍ଗର ପୋଷାକରେ ନଜର ଆସିଥିବା କ୍ୟାଟ୍ରିନା ବ୍ୟାଟ ଧରି ଚୌକା ଏବଂ ଚକା ମାରିଥିଲେ। କ୍ୟାଟ୍ରିନା ବ୍ୟାଟିଂ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ପୂର୍ବତ ଭାରତୀୟ ବୋଲର ହରଭଜନ ସିଂଙ୍କ ବଲ୍‌ରୁ ଛକା ମାରିଥିଲେ।
‘ଫୋନ ଭୁତ୍‌’ ଏକ କମେଡି ଫିଲ୍ମ। ଏହାର ଟ୍ରେଲର ରିଲିଜ ହୋଇସାରିଛି। ଟ୍ରେଲରକୁ ଦର୍ଶକ ପସନ୍ଦ କରିଛନ୍ତି। ଏହି ଫିଲ୍ମ ୪ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିବାକୁ ଯାଉଛି। ଗୁରୁମିତ ସିଂଙ୍କ ନିର୍ଦ୍ଦେଶିତ ତଥା ରବି ଶଙ୍କରନ ଏବଂ ଜସବିନ୍ଦର ସିଂ ବାଥଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମକୁ ନେଇ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।

Share