Posted inଖେଳ

ୟୁଏସ୍‌ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ପାଇଁ ‘କଳା ଦିବସ’

କରାଚୀ,୭ା୬: ପ୍ରଥମ ଥର ଟି୨୦ କ୍ରିକେଟ ବିଶ୍ୱକପ୍‌ ଖେଳୁଥିବା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ଠାରୁ ପରାଜୟ ପାକିସ୍ତାନ କ୍ରିକେଟ ସମାଜକୁ ଖୁବ୍‌ ବ୍ୟଥିତ କରିଛି। ସେମାନେ ଏହି ଦିନକୁ ଏକ ‘କଳା ଦିବସ’ ବୋଲି ଆଖ୍ୟା ଦେଇଛନ୍ତି। ଡଲାସର ଗ୍ରାଣ୍ଡ ପ୍ରେରୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିବାରୁ ମ୍ୟାଚ ଟାଇ ରହିଥିଲା। ସୁପର ଓଭରରେ ପାକିସ୍ତାନକୁ ହରାଇ ୟୁଏସ୍‌ ବିଜୟୀ ହୋଇଥିଲା।

ପୂର୍ବତନ ଅଧିନାୟକ ୟୁନିସ ଖାନ୍‌ କହିଛନ୍ତି, ପାକିସ୍ତାନ ଏହାର ରଣନୀତିରେ କେତୋଟି ତ୍ରୁଟି କରିବାରୁ ପରିଣତି ଭୋଗିବାକୁ ପଡ଼ିଲା। ବାମହାତୀ ସିମର ବିପକ୍ଷ ସୁପର ଓଭରରେ ବ୍ୟାଟିଂରେ ଫଖର ଜମାନଙ୍କୁ ପଠାଇବା ଉଚିତ ଥିଲା। ୟୁଏସ୍‌ଏରେ ବହୁ ସଂଖ୍ୟାରେ ପାକିସ୍ତାନୀ ବସବାସ କରନ୍ତି। ପଡ଼ିଆରେ ସେମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିଥିଲେ। ପରାଜୟ ସେମାନଙ୍କୁ ନୈରାଶ୍ୟ କରିଛି।

ପେସ୍‌ କିମ୍ବଦନ୍ତୀ ଓ୍ବାସିମ ଆକ୍ରମ ଦଳର ପ୍ରଦର୍ଶନକୁ ଦୟନୀୟ କହିଛନ୍ତି। ଟପ୍‌ ଦଳଗୁଡ଼ିକ ବିପକ୍ଷରେ ସୀମିତ ଅନୁଭବ ଥିବା ଦଳର ପରାଜୟ ଗ୍ରହଣୀୟ ନୁହେଁ। ପଡ଼ିଆରେ କେତେଜଣ ଖେଳାଳିଙ୍କ ପ୍ରଦର୍ଶନ ପ୍ରୟାସ ଯଥେଷ୍ଟ ନ ଥିଲା। ପୂର୍ବତନ ଓପନର ମହସିନ ଖାନ୍‌ କହିଛନ୍ତି, ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ନେଇ ସେ ଚିନ୍ତିତ।

ଏହା କେବଳ ପରାଜୟ ନୁହେଁ, ଆମ ଖେଳାଳିଙ୍କ ମାନସିକ ଶକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମୋ ଦୃଷ୍ଟିରେ ଆମ ଖେଳାଳିମାନେ ୟୁଏସ୍‌ଏକୁ ହେୟଜ୍ଞାନ କରିଥିଲେ। ଖାନ୍‌ ୨୦୧୦ରୁ ୨୦୧୨ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ରହିଥିଲେ। ସେ କହିଛନ୍ତି, ଏହି ପରାଜୟ ଦ୍ୱାରା ଆଗାମୀ ଭାରତ ବିପକ୍ଷ ମ୍ୟାଚ ଆମ ଲାଗି କର ଅବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ ଯେନତେନ ଭାବେ ଆମକୁ ଜିତିବାକୁ ହେବ, ତା’ ନ ହେଲେ ଆମେ ସୁପର -୮ ଦୌଡ଼ରୁ ବାଦ୍‌ ପଡ଼ିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri