Posted inଖେଳ

T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ, ୫ା୧: ଟି୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ ପହିଲାରୁ ଆରମ୍ଭ ହେବ। ୟୁଏସ୍‌ଏ ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ଏହାର ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟରେ ମୋଟ ୨୦ ଦଳ ଭାଗ ନେଉଥିଲେ ହେଁ କ୍ରିକେଟ ପ୍ରଶଂସକଙ୍କ ନଜର ଭାରତ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଉପରେ ରହିବ। ତେବେ ବିଶ୍ୱକପ୍‌ରେ ନ୍ୟୁୟର୍କ ସହରରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ। ଜୁନ୍‌ ୯ରେ ଏହା ଖେଳାଯିବ।
ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ଏହାପରେ ଗ୍ରୁପ୍‌ ‘ଏ’ରେ ଭାରତ ଓ ପାକିସ୍ତାନ ଜୁନ୍‌ ୯ରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ।ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଦଳ ଜୁନ୍‌ ୧୨ରେ ଭାରତ ଟୁର୍ନାମେଣ୍ଟର ସହ ଆୟୋଜକ ୟୁଏସ୍‌ଏକୁ ଭେଟିବ। ପରେ ଜୁନ୍‌ ୧୫ରେ କାନାଡା ବିପକ୍ଷରେ ଗ୍ରୁପ୍‌ର ଶେଷ ମ୍ୟାଚ  ଖେଳିବା ଲାଗି ଦଳ ଫ୍ଲୋରିଡା ଗସ୍ତ କରିବ। ତେବେ ଭାରତ ସମସ୍ତ ଲିଗ୍‌ ମୁକାବିଲା ଆମେରିକାରେ ଖେଳିବ।
ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:
୧-ଜୁନ ୫-ଭାରତ-ଆୟର୍ଲାଣ୍ଡ-ନ୍ୟୁୟର୍କ
୨- ଜୁନ ୯-ଭାରତ-ପାକିସ୍ତାନ-ନ୍ୟୁୟର୍କ
୩-ଜୁନ ୧୨-ଭାରତ-ୟୁଏସ୍‌ଏ-ନ୍ୟୁୟର୍କ
୪-ଜୂନ ୧୫-ଭାରତ-କାନାଡ଼ା-ଫ୍ଲୋରିଡା

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି...

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ...

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri