ଟେକ୍ସସ,୨।୬: ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ ସପକ୍ଷରେ ଯାଇଥିଲା।
ଆରୋନ ଜୋନ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ କାନାଡ଼ା ଦେଇଥିବା ଟାର୍ଗେଟକୁ ଆମେରିକା ହାସଲ କରି ନେଇଥିଲା। ଜୋନ୍ସ ୪ ଟି ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ ୯୪ ଞ୍ଚ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଆଣ୍ଡ୍ରିସ୍ ଗୁସ୍ ୪୬ ବଲରେ ୬୫ ରନ୍ ସଂଗ୍ରହ କରି ୭ ଚୌକ ଓ ୩ ଛକା ମାରିଥିଲେ। ତୃତୀୟ ୱିକେଟ୍ ପାଇଁ ଉଭୟ ୧୩୧ ରନ୍ (୫୮ ବଲ୍) ର ଏକ ଉତ୍କୃଷ୍ଟ ଭାଗିଦାରୀ କରିଥିଲେ।
କାନାଡାର ଡାଲାସର ଗ୍ରାଣ୍ଡ ପ୍ରିରି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ କାନାଡ଼ା ୫ ୱିକେଟ୍ ପାଇଁ ୧୯୪ ରନ୍ ସଂଗ୍ରହ କରିଥିଲା। ନବନେଟ ଧାଲିୱାଲ ଦଳ ପାଇଁ ସବୁଠୁ ବଡ଼ ଇନିଂସ ଖେଳି ୬ ଟି ଚୌକା ଓ ୩ ଛକା ସହାୟତାରେ ୪୪ ବଲରେ ୬୧ ରନ ସ୍କୋର କରିଥିଲେ। ତା’ପରେ ଆମେରିକା ଟାର୍ଗେଟକୁ ପିଛା କରି ୧୭.୪ ଓଭରରେ ବିଜୟ ହାସଲ କରିଥିଲା। ଆମେରିକୀୟ ବ୍ୟାଟରଙ୍କ ସାମ୍ନାରେ କାନାଡିୟ ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ।