Posted inଖେଳ

ଭାରତର ଅବିଶ୍ୱସନୀୟ ବିଜୟ

ନ୍ୟୁୟର୍କ, ୧୦।୬: ଟାର୍ଗେଟ ଥିଲା ମାତ୍ର ୧୨୦ ରନ। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା ଭାରତର ବିଜୟ ଧ୍ୱଜା। ରବିବାର ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୧୯ ଓଭରରେ ୧୧୯ ରନରେ ଅଲ୍‌ଆଉଟ ହେବାରୁ ଚିନ୍ତାରେ ରହିଥିଲେ ଦର୍ଶକ ଓ ଟିମ୍‌ ମ୍ୟାନେଜମେଣ୍ଟ।

ମାତ୍ର ବୋଲରଙ୍କ ଚମତ୍କାରିତା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୩୧ ରନ କରିଥିଲେ। ଟପ୍‌ ଅର୍ଡରର ଆଉ ୪ ବ୍ୟାଟର ଭଲ ଆରମ୍ଭ କରି ଦୁଇଅଙ୍କ ସ୍ପର୍ଶ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଭାରତ ପକ୍ଷରୁ ମାତ୍ର ୧୪ ରନରେ ୩ ଉଇକେଟ ନେଇ ପାକିସ୍ତାନର ବଡ଼ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ସ୍ପେଲ୍‌ ପାଇଁ ବୁମ୍‌ରା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ସହ ଭାରତ ଗ୍ରୁପ୍‌ ‘ଏ’ରେ ୨ ମ୍ୟାଚରୁ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ପ୍ରଥମ ମ୍ୟାଚରେ ଦଳ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରିଥିବା ପାକିସ୍ତାନ ୨ ମ୍ୟାଚରୁ ୨ ପରାଜୟ ସହ ଆଶଙ୍କା ମଧ୍ୟରେ ରହିଛି।

ଟସ୍‌ ଜିତି ପାକିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ମ୍ୟାଚ ପାଖାପାଖି ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଗୋଟିଏ ଓଭର ବୋଲିଂ ପରେ ଭାରତ ସ୍କୋର ୮ ଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଛାଡ଼ିବାପରେ ପିଚ୍‌ ପାକିସ୍ତାନ ବୋଲରଙ୍କୁ ସହାୟକ ହୋଇଥିଲା। ମାତ୍ର ୧୯ ରନରେ ୨ ଉଇକେଟ ହରାଇ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଚମତ୍କାର ରେକର୍ଡ ବହନ କରୁଥିବା ବିରାଟ କୋହଲି କିନ୍ତୁ ଏଠାରେ ୪ ରନ କରିଥିବାବେଳେ ନସିମ ଶାହାଙ୍କ ବଲ୍‌କୁ ପଏଣ୍ଟ ଉପରେ ମାରିବାକୁ ଯାଇ ଉସମାନ ଖାଁଙ୍କୁ କ୍ୟାଚ ଦେଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଅଧିନାୟକ ରୋହିତ ଶର୍ମା (୧୩ ରନ)ଙ୍କୁ ପ୍ୟାଭିଲିୟନ ପଠାଇ ଭାରତ ଉପରେ ଚାପ ପ୍ରୟୋଗ କରିଥିଲା ପାକିସ୍ତାନ। ପାଓ୍ବରପ୍ଲେ ୬ ଓଭରରେ ଭାରତ ୨ ଉଇକେଟ ହରାଇ ୫୦ ରନ କରିଥିଲା। ରିଷଭ ପନ୍ତ ଓ ଅକ୍ଷର ପଟେଲ ସତର୍କତାର ସହ ଖେଳି ଇନିଂସ ସମ୍ଭାଳିଥିଲେ। ମାତ୍ର ତୃତୀୟ ଉଇକେଟରେ ୩୯ ରନ ଯୋଗ ହେବାପରେ ଅକ୍ଷରଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ନସିମ ଶାହା।

ବ୍ୟାଟିଂ କ୍ରମରେ ଉପରେ ଆସିଥିବା ଅକ୍ଷର ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଖରାପ ଫର୍ମଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୭ ରନ କରିଥିଲେ ହେଁ ତାଙ୍କ ସହ ରିଷଭ ୫ମ ଉଇକେଟରେ ୨୨ ବଲ୍‌ରୁ ୩୧ ରନ ଯୋଡ଼ିଥିଲେ। ଶିବମ୍‌ ଦୁବେ ୩, ହାର୍ଦ୍ଦିକ ପାଣ୍ଡ୍ୟା ୭ ଏବଂ ରବୀନ୍ଦ୍ର ଜାଡେଜା ଡକ୍‌(୦)ରେ ଆଉଟ ହେବାରୁ ଭାରତ ପୂରା ୨୦ ଓଭର ଖେଳିପାରି ନ ଥିଲା। ଏକାଧିକଥର ଜୀବନଦାନ ପାଇଥିବା ରିଷଭ ସର୍ବାଧିକ ୪୨ ରନ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ନସିମ ଶାହା ଓ ହାରିସ ରୌଫ ୩ଟି ଲେଖାଏ, ମହମ୍ମଦ ଅମିର ୨ଟି ଏବଂ ଶାହିନ ଶାହା ଆଫ୍ରିଦି ଗୋଟିଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂ ରନ୍‌ଆଉଟ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ଏମିତି କଲେ ବିଦେଶୀ ଖବରଦାତା, ରାଗିଗଲେ କିକ୍ରେଟର୍‌, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ବିବାଦ ହୋଇଛି। ଖବର ଅନୁଯାୟୀ...

ହଠାତ୍‌ କାହିଁକି ଅବସର ନେଲେ ଆର.ଅଶ୍ୱିନ୍‌: ନିଜେ କଲେ ଖୁଲାସା

ବ୍ରିସବେନ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ ଟେଷ୍ଟ ପରେ ରବି ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଅବସର ପରେ ଅଶ୍ୱିନ ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ...

ଭାରତ ଛାଡି ସବୁଦିନ ପାଇଁ ପରିବାର ସହ ଲଣ୍ଡନ ପଳାଇବେ ବିରାଟ କୋହଲି

ନୂଆଦିଲ୍ଲୀ,୧୯।୧୨: ଆଜିକାଲି ଟିମ ଇଣ୍ଡିଆର ଭେଟେରାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ସେ କିଛି ବିଶେଷ...

୪୫ ବର୍ଷ ପରେ ୨୦୨୪ରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ,୧୯।୧୨: ୨୦୨୪ ବର୍ଷ ଭାରତୀୟ କ୍ରିକେଟ ପାଇଁ ଏପରି ଉତ୍ଥାନ-ପତନ ଆଣିଥିଲା, ଯାହା ପ୍ରଶଂସକମାନେ ଭୁଲିଯିବା କଷ୍ଟକର। ଯଦିଓ ଭାରତୀୟ ଦଳ ଚଳିତ ବର୍ଷ ଟି-୨୦...

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ...

ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, କହିଦେଲେ ଏମିତି

ବ୍ରିସବେନ,୧୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ନିଜ ସମୟର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ଘୋଷଣା ନେଇ ପ୍ରଶ୍ନ ଉଠାଇଛନ୍ତି।...

ତୁମେମାନେ ମୋତେ ମାରିଦେବ…ଅଶ୍ୱିନଙ୍କ ଅବସର ପରେ ଏମିତି କାହିଁକି କହିଲେ ରୋହିତ?

ନୂଆଦିଲ୍ଲୀ,୧୮।୧୨: ଗାବା ଟେଷ୍ଟ ଡ୍ର’ ହେବା ପରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି। ଏହା ପରେ ସେ ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri