ଆବୁଧାବି,୧୧।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ମ୍ୟାଚ ଖେଳିବାକୁ ଗୁରୁବାର ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍କା ଲାଗିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଦଳର ମୁଖ୍ୟ ଖେଳାଳି ମହମ୍ମଦ ରିଜୱାନ ଏବଂ ଅଲରାଉଣ୍ଡର ଶୋଏବ ମଲିକ ସ୍ବାସ୍ଥ୍ୟାବସ୍ଥା ଖରାପ ହୋିଯାଇଛି। ଉଭୟ ସେମିଫାଇନାଲ ପୂର୍ବରୁ ପ୍ରଶିକ୍ଷଣ ଅଧିବେଶନରେ ମଧ୍ୟ ଭାଗ ନେଇ ନ ଥିଲେ।
ରିପୋର୍ଟ ଅନୁଯାୟୀ, ଉଭୟ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ କୋଭିଡ ପରୀକ୍ଷା ମଧ୍ୟ କରାଯାଇଥିଲା। ଏହାର ରିପୋର୍ଟ ନେଗେଟିଭ୍ ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ସେ ଫିଟ ହେବେ ବୋଲି ଦଳ ପରିଚାଳନା ଆଶାବାଦୀ ଅଛନ୍ତି। ବୁଧବାର ସାକଳୁ ଉଠିବା ମାତ୍ରେ ଉଭୟଙ୍କୁ କମ ଜ୍ୱର ହୋଇଥିଲା। ପ୍ରାରମ୍ଭରେ ତାଲିମ ବିଳମ୍ବ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ପରେ ଉଭୟ ଟ୍ରେନିଂ ନେଇପାରି ନ ଥିଲେ। ଗ୍ରୁପ ୧ ରେ ପାକିସ୍ତାନ ଅପରାଜୟେ ସେମିଫାଇନାଲକୁ ପ୍ରବେଶ କରିଥିଲା। ରିଜୱାନ ଏବଂ ଶୋଏବ ମଲିକ ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରିଜୱାନ ଏହି ଟୁର୍ନାମେଣ୍ଟରେ ଷଷ୍ଠ ସର୍ବାଧିକ ରନ ସ୍କୋରର।