ଦୁବାଇ,୧୭।୧୦: ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଟିମ୍ ବିଶ୍ୱ କ୍ରିକେଟ୍ରେ ନୂଆ ମୁହଁ। ବିଶ୍ୱକପ୍ ଆୟୋଜନ କରୁଥିବାରୁ ଓମାନକୁ ଏଠାରେ ଖେଳିବାକୁ ସୁଯୋଗ ମିଳିଛି। ଟି-୨୦ ବିଶ୍ୱକପ୍ର ଏହି ମ୍ୟାଚ୍ ଆରମ୍ଭ ହେବା କ୍ଷଣି ଉଭୟ ଦେଶର ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଜାତୀୟ ସଙ୍ଗୀତ ବାଜିବା କ୍ଷଣି ପାପୁଆ ନ୍ୟୁ ଗିନି ଦଳର ସମସ୍ତ ସଦସ୍ୟ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି।
PNG support staff in tears during their national anthem. It's the tears of reaching to this stage after such hardwork, cricket is a beautiful sport. pic.twitter.com/TfJfV46n7t
— Mufaddal Vohra (@mufaddal_vohra) October 17, 2021